ନୂଆପଡା – ନୂଆପଡା ଜିଲ୍ଲା ଖଡିଆଳ ସ୍ଥିତ କଲ୍ୟାଣ ମଣ୍ଡପ-୧ ଠାରେ ରକ୍ତଦାନ ଶିବିର ଆୟୋଜନ ନେଇ ଖଡିଆଳ ବିଜୁ ଜନତା ଦଳର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରସ୍ତୁତି ବୈଠକରେ ନୂଆପଡା ଜିଲା ସାଧାରଣ ସମ୍ପାଦକ ତଥା ପଶ୍ଚିମ ଓଡିଶା ବିକାଶ ପରିଷଦ ସଦସ୍ୟ ଲମ୍ବୋଦର ନିଆଲ ଅଧ୍ୟକ୍ଷତା କରିଥିଲେ । ବୈଠକରେ ଆସନ୍ତା ୧୬ ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୪ ତମ ଜନ୍ମ ଦିବସ ପାଳନ ଅବସରରେ ଏହି ରକ୍ତଦାନ ଶିବିର ଆୟୋଜନ କରାଯିବ । ଏଥିରେ ବିଜୁ ଜନତା ଦଳର ସମସ୍ତ କର୍ମକର୍ତା ସାମିଲ୍ ରହି ଅଧିକରୁ ଅଧିକ ପରିମାଣରେ ରକ୍ତଦାନ କରିବାକୁ ନିଷ୍ପତି ନିଆଯାଇଛି ।
ଏହି ପ୍ରସ୍ତୁତି ବୈଠକରେ ଖଡିଆଳ ନଗର ସଭାପତି ଦୀପକ ଖମାରୀ, ଜିଲ୍ଲା ମହିଲା ସଭାନେତ୍ରୀ ସରସ୍ୱତୀ ବାଗ, ପୂର୍ବତନ ନଗରପାଳ ୟାସିନ ମହମ୍ମଦ, ସହିଦ ମହମ୍ମଦ, ସନ୍ତୋଷ ବିଶି, ମମତା ଥପା, ବଡବାବୁ, ନିଖିଲ ମେହେର, ନିମାଇଁ ପଟେଲ, ଗୌତମ ନିଆଲ, ପରିକ୍ଷୀତ, ବୀର ଖମାରୀ, ଧରମ ସୋନୱାନୀ,ଓମକାର ପୋଡ, କୈଲାସ ତାଣ୍ଡି, ରମେଶ ଭୋଇ, ସଚିତ ଚଲାନ, ଗିରି ହଂସ, ଚିତ୍ତରଞ୍ଜନ ବେହେରାଙ୍କ ସମେତ ଶତାଧିକ କର୍ମକର୍ତା ସାମିଲ ଥିଲେ ।