
ପୁରୀ– ଅର୍ଗସ୍ ଟିଭିର ପୁରୀ ପ୍ରତିନିଧି ଆଲୋକ ଆଶୁତୋଷ ଦାଶ ଓ ତାଙ୍କ କ୍ୟାମେରାମ୍ୟାନଙ୍କୁ ଆଜି ସକାଳେ ଦୋଳମଣ୍ଡପ ସାହି ଜହ୍ନିମୁଣ୍ଡିଆ ଛକରେ ଆକ୍ରମଣ ହୋଇଛି । ଏ ସମ୍ପର୍କରେ ଶ୍ରୀ ଦାଶ ଏସପି କନୱର ବିଶାଲ ସିଂହଙ୍କୁ ଜଣାଇବା ପରେ ଘଟଣାସ୍ଥଳରେ ପୋଲିସ ପହଂଚି ତଦନ୍ତ କରିଥିଲା । ଏହି ଘଟଣାକୁ ପୁରୀର ସାମ୍ବାଦିକ ମାନେ ନିନ୍ଦା କରିବା ସହ ଏଥିରେ ଜଡ଼ିତ ଥିବା ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ ପାଇଁ ଦାବି କରିଛନ୍ତି ।