
ଭୁୁବନେଶ୍ୱର– ଭୁବନେଶ୍ୱର ସାଂସଦ ତଥା ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡଙ୍ଗୀଙ୍କ ଦ୍ୱାରା ନୟାଗଡ ଜିଲ୍ଲାର ବିଭିନ୍ନ ସ୍ଥାନରେ ତିନୋଟି ଅଣ୍ଡର ପାସ ନିର୍ମାଣ ପାଇଁ କରା ଯାଇଥିବା ଅନୁରୋଧକୁ ଏନଏଚଏଆଇ କର୍ତୃପକ୍ଷ ସ୍ୱୀକାର କରି ନେଇଛନ୍ତି । ଶ୍ରୀମତୀ ଷଡଙ୍ଗୀ ନିଜେ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି ।
ସେ ଏହି କାମ କିପରି ନିଶ୍ଚିତ ସମୟରେ ହେବ ତାହା ସୁନିଶ୍ଚିତ କରା ଯିବା ବୋଲି ଉଲ୍ଲେଖ କରିବା ସହ ଲୋକ ମାନଙ୍କର ଜୀବନର ସୁରକ୍ଷା ତାଙ୍କ ପାଇଁ ଗୁରୁତ୍ୱପୂର୍ଣ ବୋଲି ସେ କହିଛନ୍ତି ।
ନୟାଗଡ ଜିଲ୍ଲାର ମଳିପଡା. ଅଶୋକେଇଖୋଲ ଓ ଚାନ୍ଦପୁର ଠାରେ ଅଣ୍ଡରପାସ ନିର୍ମାଣ ପାଇଁ ସେ ଅନୁରୋଧ କରିଥିଲେ ।