ସେ କହିଛନ୍ତି ଯେ ରାଜ୍ୟରେ ଆଉ ୧୦ ଦିନ ମଧ୍ୟରେ କରୋନା ଟିକା ପହଂଚିବ । ପଂହଂଚିବାର ଦିନେ କିମ୍ବା ଦୁଇ ଦିନ ଭିତରେ ଟିକାକରଣ ଆରମ୍ଭ କରାଯିବ । ସେ କହିଛନ୍ତି, ‘‘କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ସୂଚନା ଅନୁଯାୟୀ ରାଜ୍ୟରେ ୧୦ ଦିନ ମଧ୍ୟରେ ଟିକା ପହଂଚିବ ଓ ପହଂଚିିବାର ୨ ଦିନ ମଧ୍ୟରେ ଟିକାକରଣ ହେବ । ଟିକାକରଣ ପାଇଁ ଆମେନ ପ୍ରସ୍ତୁତ ରହିଛୁ । ବର୍ତମାନ ସୁଦ୍ଧା ଯେଉଁ ଦୁଇଟି ଟିକା ଆସିଛି, ତାହାକୁ ୨ଟି ଡୋଜ୍ରେ ଦିଆଯିବ । ପ୍ରଥମ ଡୋଜ୍ ଦେବାର ୨୮ ଦିନ ପରେ ଦ୍ୱିତୀୟ ଡୋଜ୍ ଦିଆଯିବ ।’’
ଏଥିସହ ଡିଏମଇଟି ଡା. ମହାନ୍ତି ସ୍ପଷ୍ଟ କରିଛନ୍ତି ଯେ ଟିକାକରଣ କାହା ପାଇଁ ବି ବାଧ୍ୟତାମୂଳକ ନୁହେଁ । ଯେଉଁ ସ୍ୱାସ୍ଥ୍ୟକର୍ମୀ ଚାହିଁବେ ଟିକା ନେଇପାରିବେ ଓ ଯେଉଁମାନେ ଚାହିଁବେନି ସେମାନେ ଟିକ ନେବେ ନାହିଁ । ଟିକା ଗ୍ରହଣ କରିବା ସଂପୂର୍ଣ୍ଣ ଇଚ୍ଛାଧୀନ ।