ମାଲକାନଗିରି – ମାଲକାନଗିରି ଥାନା ଅଂଚଳରେ ଗତ ଏକ ମାସ ମଧ୍ୟରେ ବିଭିନ୍ନ ସ୍ଥାନରୁ ଚୋରି ହେବା ଘଟଣା ପୋଲିସ ଆଖିରୁ ନିଦ ହଜାଇ ଦେଇଥିଲା । ଉକ୍ତ ଡକାୟତ ଦଳକୁ ଧରିବା ପାଇଁ ଥାନା ଆଇଆଇସି ରାମ ପ୍ରସାଦ ନାଗଙ୍କ ନେତୃତ୍ୱରେ ଏକ ଟିମ୍ ବିଭିନ୍ନ ଜାଗାରେ ଚଢ଼ଉ କରି ଦୁଇ ଜଣ ନାବାଳଙ୍କ ସହ ସାତ ଜଣକୁ ଗିରଫ କରିବାରେ ସଫଳ ହେବା ସହ ସେମାନଙ୍କ ଠାରୁ ଚୋରି ସାମଗ୍ରୀ ଉଦ୍ଧାର କରିଥିଲେ । ଏହି ଡକାୟତ ଦଳ ମାଲକାନଗିରି ଥାନା ଅଧୀନରେ ୧୩ ଟି, କାଲିମେଳା ଥାନାରେ ୧ ଟି ଓ ଓର୍କେଲ ଥାନାରେ ୧ଟି ଚୋରି ମୋଟ ୧ ୫ ଟି ଘଟଣାରେ ସାମିଲ ଥିଲେ ।
ଏ ସମ୍ପର୍କରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଋଷିକେଶ ଖୀଲାରୀ ଆୟୋଜିତ ଏକ ସାମ୍ବାଦିକ ସମିଳନୀରେ ସୂଚନାଦେଇ କହିଥିଲେ ଯେ, ଗିରଫ ଯୁବକ ମାନେ ହେଲେ ମାଲକାନଗିରି ରେକଲାମେସନ କଲୋନୀର ଜଗନାଥ ଦେବନାଥ (୧ ୯), ପୁରୁଣା ମେଡିକାଲ କଲୋନୀର ରାଜୁ ଜେନ(୨ ୨), ଏ ମ ଭି 45ର ରାହୁଲ ମାଇତାଲ (୧ ୯) ଓ ଝାନଟୁଲାଲ ମଣ୍ଡଳ (୨ 0) ଏବଂ ମାଲକାନଗିରି ଏଜୁକେସନ କଲୋନୀର ସୋମ୍ୟ ରଞ୍ଜନ ପରିଡା ଙ୍କ ସହ ଦୁଇଜଣ ନାବାଳକ ରହିଛନ୍ତି । ସେମାନଙ୍କ ଠାରୁ ଚୋରି ହୋଇଥିବା ସୁନା ଚେନ, ମୁଦି, ଏଲଇଡି ଟିଭି, କମ୍ପ୍ୟୁଟର, ଚାରିଟି ବାଇକ, ଦୁଇଟି ଖେଳନା ବନ୍ଧୁକ ସହ ବହୁ ପରିମାଣର ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି । ଆଜି ଅପରାହ୍ନରେ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।