
-
ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୦୯୨୧

ଆଜି ଚିହ୍ନଟ ହୋଇଥିବା ୨୩୧ ଜଣଙ୍କ ମଧ୍ୟରୁ ୧୩୩ ଜଣ ସଂଗରୋଧରୁ ହୋଇଥିବା ବେଳେ ୯୮ ଜଣ ସ୍ଥାନୀୟ ଲୋକ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । କରୋନା ପଜିଟିଭ ମାମଲା ସାମନାକୁ ଆସିବା ପରେ ଏହି ବାବଦରେ କଂଟାକ୍ଟ ଟ୍ରେସିଂ ଓ ଅନ୍ୟ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରା ଯାଉଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ କରା ଯାଇଛି । ଆଜି ଚିହ୍ନଟ ହୋଇଥିବା କୋରୋନା ଆକ୍ରାନ୍ତ ମାନେ ମୋଟ ୨୮ ଟି ଜିଲ୍ଲାର ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ରାମକୃଷ୍ଣ ଆଶ୍ରମ ଯାଇ ପୂଜାର୍ଚନା କଲେ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ
ଭୁୁବନେଶ୍ୱର– କେନ୍ଦ୍ରୀୟ ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଭୁବନେଶ୍ୱର ସ୍ଥିତ ରାମକୃଷ୍ଣ ଆଶ୍ରମ ଯାଇ ସେଠାରେ ପୂଜାର୍ଚନା କରିବା ସହ ସେଠାରେ ବରିଷ୍ଠ ସାଧୁ ସନ୍ଥ ମାନଙ୍କ ଠାରୁ ଆଶୀର୍ବାଦ ନେଇଛନ୍ତି । ସେ ନିଜେ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି । ସେ ଟ୍ୱିଟ କରି ଉପରୋକ୍ତ ସୂଚନା ଦେବା ସହ କହିଛନ୍ତି ଯେ ବିଶ୍ୱରେ ଭାରତୀୟତା ତଥା ଭୂାରତର ସନାତନ ପରମ୍ପରାର ପରିଚୟକୁ ଆଗକୁ ବଢାଇବାରେ ରାମକୃଷ୍ଣ ମିଶନ ବହୁତ ବଡ କାମ କରିଛି ।