ସୃଜନୀ ସାହିତ୍ୟ ସଂସଦ, ପୁରୀ ଆନୁକୂଲ୍ୟରେ ବିଶିଷ୍ଟ ଶିକ୍ଷାବିତ୍, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ସ୍ବର୍ଗତ ଦିବାକର ତ୍ରିପାଠୀଙ୍କ ବିୟୋଗର ଶୋକ ସଭା ଦଶାବତାର ମଠ ପରିସରରେ ଅନୁଷ୍ଠିତ ହୋଇଛି । ଏହି ଶୋକସଭାରେ ପ୍ରଫେସର କାର୍ତ୍ତିକ କୁମାର ଦାସ ଅଧ୍ୟକ୍ଷତା କରିଥିଲେ । ବରିଷ୍ଠ ଆଇନଜୀବି ପୁଷ୍କର ମହାପାତ୍ର, ବରିଷ୍ଠ ନାଗରିକ ପ୍ରଭାକର ମିଶ୍ର, ଅଧ୍ୟାପକ ମୀନକେତନ ପଟ୍ଟଯୋଶୀ, ଶିକ୍ଷାବିତ୍ ଅଶୋକ କୁମାର ମହାପାତ୍ର, ବିଜୟ ଚରଣ ମହାନ୍ତି, ଅନ୍ନପୂର୍ଣ୍ଣା ଦେବୀ, ସୁଶ୍ରୀ କ୍ରିଷ୍ଣା ଦେବୀ, ଭବାନୀପ୍ରସାଦ ବଳିଆରସିଂ, ସାମ୍ବାଦିକ ଲକ୍ଷ୍ମୀନାରାୟଣ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ତ୍ରିପାଠୀଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ୨ ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ । ପରେ ବକ୍ତାମାନେ କହିଥିଲେ ସ୍ୱର୍ଗତ ତ୍ରିପାଠୀ ଜଣେ ନିର୍ଭକ, ନିଷ୍ଠାପର ଓ ପରୋପକାରୀ ବ୍ୟକ୍ତିଭାବେ ବେଶ ଜଣାଶୁଣା । ସେ ଜଣେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ । ତାଙ୍କ ଜୀବନରେ ସେ ଅନେକ ଛାତ୍ର ଶିକ୍ଷାଦାନ ଦେଇ ସେହି ଛାତ୍ରମାନେ ଭାରତବର୍ଷରେ ବହୁ ଉଚ୍ଚ ପଦାଧିକାରୀ ଭାବେ ଅବସ୍ଥାପିତ ହୋଇଛନ୍ତି । ସେ ଜଣେ ଛାତ୍ର ବତ୍ସଳ ଶିକ୍ଷକଭାବେ ବେଶ ଜଣାଶୁଣା । ସ୍ୱର୍ଗତ ତ୍ରିପାଠୀ ପୁରୀ ସହରର ଅନେକ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ସହିତ ଜଡିତ ରହି ସେବା କାର୍ଯ୍ୟ କରୁଥିଲେ । ବ୍ୟକ୍ତିତ୍ଵର ଜଣେ ଚଳଚଞ୍ଚଳ ମଣିଷଭାବେ ସେ ନିଜର ପରିଚୟ ସୃଷ୍ଟି କରିଥିଲେ ବୋଲି ବକ୍ତାମାନେ ମତପ୍ରକାଶ କରିଥିଲେ ।
Related Stories
November 22, 2024