-
ସାନିଟାଇଜେସନ ଓ ପିଲାଙ୍କ ସ୍ୱାସ୍ଥ୍ୟକୁ ପ୍ରାଥମିକତା
ସେ କହିଛନ୍ତି ଯେ ଅଧିକ ପିଲାରେ ଅଧିକ ସେକ୍ସସନ ହେବ । ସାନିଟାଇଜେସନ ଓ ପିଲାଙ୍କ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦିଆଯାଉଛି । ଗତକାଲି ଡିଇଓ ମାନଙ୍କ ସହ ସ୍ୱତନ୍ତ୍ର ସଚିବ ବୈଠକ ନେଇଛନ୍ତି । ପ୍ରତି ଜିଲ୍ଲାର ନୋଡାଲ ଅଫିସର ପଳେଇଲେଣି । ୧୫ରୁ ୧୭ ଜିଲ୍ଲାର ଜିଲ୍ଲାପାଳ ଓ ଡିଇଙ୍କ ମିଳିତ ବୈଠକ ସରିଛି । ପ୍ରତି ଜିଲ୍ଲାର ପଦାଧିକାରୀ ଜିଲ୍ଲା ପଳେଇଲେଣି । ସେମାନେ ଜିଲ୍ଲାପାଳ ଓ ଡିଇଓ ଙ୍କ ସହ ସମନ୍ୱୟ ରକ୍ଷା କରି କାମ କରିବେ । ଶିକ୍ଷକ ଆବଶ୍ୟକତା ଥିଲେ ପୂରଣ କରିବାକୁ ଡିଇଓ ମାନଙ୍କୁ ନିର୍ଦେଶ ଦିଆଯାଇଛି । କାରଣ ୧ରୁ ୯ ଶ୍ରେଣୀ ଯାଏ କ୍ଲାସ ହେଉନି । ୧୦୦ ଦିନ ପାଠ ଆବଶ୍ୟକତା ରହିଛି । ରବିବାର ନ ପଢେଇଲେ, ୧୦୦ ଦିନ ହେବନି । ପିଲାମାନେ ମଧ୍ୟ ୧୦୦ ଦିନ କମ ପଡ଼ୁଥିବାରୁ ମନରେ ଦୁଃଖ ରଖିଛନ୍ତି । ବର୍ତମାନ ପିଲାଙ୍କ କୋଭିଡ ଟେଷ୍ଟ ହେବା ନିଷ୍ପତି ହୋଇନି । ସ୍ୱାସ୍ଥ୍ୟ ବିଭାଗ କହିଲେ କରିବୁ । ସିଲାବସ ୩୦ ପ୍ରତିଶତ କମିଛି । ଆଉ କମିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି ।