
ରାଉରକେଲା,ପାକିସ୍ତାନରେ ଦୀର୍ଘ ବର୍ଷ ଧରି ବନ୍ଦୀ ଜୀବନ କଟାଇ ଭାରତ ଫେରିଥିବା ଏବଂ ପରବର୍ତି ସମୟରେ ଗତ ଶନିବାର ଠାରୁ ଘରୁ ନିଖୋଜ ଥିବା ବିରୁଜୁ କୁଲୁଙ୍କୁ ତାଳଚେରରୁ ଠାବ କରାଯାଇଛି । ବିରୁଜୁଙ୍କୁ ଠାବ କରାଯାଇଥିବା ନେଇ ସୁନ୍ଦରଗଡ଼ ଜିଲ୍ଲା ଆରକ୍ଷୀ ଅଧିକ୍ଷକ (ଏସପି) ସାଗରିକା ନାଥ ସୂଚନା ଦେଇଛନ୍ତି । ତାଙ୍କୁ ଉଦ୍ଧାର ପାଇଁ କୁତ୍ରା ଥାନା ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ୍ ତାଳଚେର ଯାଇଛି । ତାଙ୍କୁ ଘରକୁ ଫେରାଇ ଆଣିବା ନିମନ୍ତେ ଉଦ୍ୟମ ଜାରୀ ରହିଥିବା ନେଇ କହିଛନ୍ତି ଏସପି ।
ପ୍ରକାଶ ଥାଉ କି, ବିରୁଜୁଙ୍କ ଘର ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ଥାନା ଅଂଚଳରେ । ଭାରତ ସରକାରଙ୍କ ବୈଦେଶିକ ବ୍ୟାପାର ବିଭାଗର ହସ୍ତକ୍ଷେପ ଫଳରେ ଗତ ନଭେମ୍ବର ମାସରେ ସେ ପାକିସ୍ତାନ ଜେଲ୍ ରୁ ଫେରିଥିଲେ ।