-
ଭାରତରେ ଦୈନିକ ନୂତନ ମାମଲା ହ୍ରାସ ଧାରା ଜାରି
ପ୍ରତିଦିନ ମାମଲା ସଂଖ୍ୟା ହ୍ରାସ ପାଉଥିବା ଯୋଗୁଁ ସକ୍ରିୟ ମାମଲା କ୍ରମାଗତ ନିମ୍ନମୁଖୀ ହେବାରେ ଲାଗିଛି । ଭାରତର ସକ୍ରିୟ ମାମଲା ସଂଖ୍ୟା ଆଜି 2,43,953କୁ ଖସି ଆସିଛି । ସମୁଦାୟ ପଜିଟିଭ ମାମଲା ମଧ୍ୟରେ ସକ୍ରିୟ ମାମଲା 2.36%କୁ ହ୍ରାସ ପାଇଛି ।
ଗତ 24 ଘଣ୍ଟା ମଧ୍ୟରେ ସମୁଦାୟ ସକ୍ରିୟ ମାମଲା ମଧ୍ୟରୁ 3,267ଟି ମାମଲା ହ୍ରାସ ପାଇଥିବା ରେକର୍ଡ କରାଯାଇଛି ।
ଦେଶର ସମୁଦାୟ ପରୀକ୍ଷଣ ସଂଖ୍ୟା 17.5 କୋଟି (17,56,35,761)କୁ ଅତିକ୍ରମ କରିଛି । ଗତ 24 ଘଣ୍ଟା ମଧ୍ୟରେ 7,35,978ଟି ନମୁନା ପରୀକ୍ଷା କରାଯାଇଥିଲା ।
ସାରା ଦେଶରେ 2,299 ପରୀକ୍ଷାଗାର ସହିତ ଭାରତର ପରୀକ୍ଷଣ ଭିତ୍ତିଭୂମିରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି ।
ଗତ 11 ଦିନ ମଧ୍ୟରେ ଏକ କୋଟି ପରୀକ୍ଷା କରାଯାଇଥିଲା । ଅଧିକ ପରୀକ୍ଷଣ ଦ୍ଵାରା ସମୁଦାୟ ପଜିଟିଭ ହାର ଆହୁରି (5.89%) ହ୍ରାସ ପାଇଛି ।
ଆରୋଗ୍ୟ ସଂଖ୍ୟାରେ ବୃଦ୍ଧି ଏବଂ ଦୈନିକ ନୂତନ ମାମଲାରେ ହ୍ରାସ ଯୋଗୁଁ ଭାରତର ସମୁଦାୟ ଆରୋଗ୍ୟ ମାମଲା ଏକ କୋଟିର ନିକଟତର ହେଉଛି । ମୋଟ ଆରୋଗ୍ୟ ମାମଲା ଆଜି 99.5 ଲକ୍ଷ (99,46,867) ପାଖାପାଖି ଅଛି, ଯାହା ସୁସ୍ଥତା ହାର 96.19%କୁ ବୃଦ୍ଧି ପାଇଛି ।
ଗତ 24 ଘଣ୍ଟା ମଧ୍ୟରେ 19,557 ଜଣ ସୁସ୍ଥ ହୋଇଛନ୍ତି ।
ନୂତନ ଆରୋଗ୍ୟ ମାମଲାର 76.76 ପ୍ରତିଶତ 10 ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଥିବା ଜଣାଯାଇଛି ।
4,668 ସହିତ କେରଳ ସର୍ବାଧିକ ଗୋଟିଏ ଦିନର ଆରୋଗ୍ୟ ମାମଲା ଥିବା ରିପୋର୍ଟ କରିଛି । ଏହା ପଛକୁ ମହାରାଷ୍ଟ୍ରରୁ 2,064 ଏବଂ ପଶ୍ଚିମବଙ୍ଗରୁ ଦୈନିକ ନୂତନ ଆରୋଗ୍ୟ ସଂଖ୍ୟା 1,432 ଥିବା ରେକର୍ଡ ହୋଇଛି ।
ନୂତନ ମାମଲାର 83.90 ପ୍ରତିଶତ 10ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରୁ ଚିହ୍ନଟ ହୋଇଛି ।
ଗତ 24 ଘଣ୍ଟା ମଧ୍ୟରେ ସର୍ବାଧିକ ଦୈନିକ ନୂତନ ମାମଲା 4,600 ଥିବା କେରଳ ରିପୋର୍ଟ କରିଛି । ସେହିଭଳି ମହାରାଷ୍ଟ୍ର 3,282 ନୂତନ ମାମଲା ରେକର୍ଡ କରିଥିବାବେଳେ ଗତକାଲି ପଶ୍ଚିମବଙ୍ଗ 896ଟି ନୂଆ ମାମଲା ରିପୋର୍ଟ କରିଛି ।
ଦେଶରେ ଗତ 24 ଘଣ୍ଟା ମଧ୍ୟରେ ମୋଟ ମୃତ୍ୟୁ ସଂଖ୍ୟା 214 ଥିବା ଜଣାପଡିଛି । ସେଥିମଧ୍ୟରୁ 77.57 ପ୍ରତିଶତ 10ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ବୋଲି ଜଣାପଡିଛି ।
ମୃତକଙ୍କ ମଧ୍ୟରୁ 16.35 ପ୍ରତିଶତ ଅର୍ଥାତ 35 ଜଣ ମହାରାଷ୍ଟ୍ରରୁ, 26 ଜଣ ପଶ୍ଚିମବଙ୍ଗରୁ ଏବଂ 25 ଜଣ କେରଳରୁ ବୋଲି ସୂଚନା ମିଳିଛି