
ନୂଆଦିଲ୍ଲୀ, ଜାତୀୟ ରାଜପଥ ୬୦ର ବାଲେଶ୍ୱର – ଖଡଗପୁର ସେକ୍ସନକୁ ଛଅ ଲେନ କରିବାକୁ ଅନୁରୋଧ କରିବାକୁ ଅନୁରୋଧ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ଶ୍ରୀ ଷଡଙ୍ଗୀ ମଙ୍ଗଳବାର ଦିନ କେନ୍ଦ୍ର ଜାତୀୟ ରାଜପଥ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ଭେଟି ଏ ସମ୍ପର୍କରେ ଅନୁରୋଧ କରିଛନ୍ତି । ଶ୍ରୀ ଷଡଙ୍ଗୀ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ଶ୍ରୀ ଗଡକରୀ ତାଙ୍କୁ ଏହା ଉପରେ ଶୀଘ୍ର ବିଚାର କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଏହା ଦ୍ୱାରା ଭୁୂବନେଶ୍ୱରରୁ କୋଲକାତା ଯାଏ ଯୋଗାଯୋଗ ବ୍ୟବସ୍ଥା ଆହୁରି ଭଲ ହୋଇ ପାରିବ ବୋଲି ସେ କହିଛନ୍ତି ।