କରୋନାରେ ଦେଶରେ ଗତ ୨୪ ଘଂଟାରେ ୧୬,୩୭୫ ନୂଆ ମାମଲା
ନୂଆଦିଲ୍ଲୀ– ଦେଶରେ ଗତ ୨୪ଘଂଟା ମଧ୍ୟରେ ୧୬,୩୭୫ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ମୋଟ ୨୦୧ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଏହା ସହିତ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୦୩,୫୬,୮୪୫ପହଂଚିଛି ।
ଆଜି ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨,୩୧,୦୩୬ ଥିବା ବେଳେ ବର୍ତମାନ ସୁଦ୍ଧା ୧,୪୯,୮୫୦ ଜଣ ମୃତ୍ୟୁ ବରଣ କରିଛନ୍ତି ।