ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ବିଶିଷ୍ଟ ସଂଗଠକ ତଥା ସମାଜ ସଂସ୍କାରକ ଶିକ୍ଷାବିତ ଦିବାକର ତ୍ରିପାଠୀ ଙ୍କ ୮୪ ବର୍ଷ ବୟସରେ ଭୁବନେଶ୍ୱର ଠାରେ ପରଲୋକ ଘଟିଛି |ଦୀର୍ଘଦିନ ଅସୁସ୍ଥ ଥିବା ଶ୍ରୀତ୍ରିପାଠୀ ଙ୍କ ମରଶରୀର ପୁରୀ ମିଶ୍ର ସାହି ସ୍ଥିତ ବାସଭବନ ରେ ପହଞ୍ଚିବା ପରେ ଓଡିଶା ଯୁବ ଚେତନା ସଂଗଠନର ରାଜ୍ୟ ସଭାପତି ବଦ୍ରି ମିଶ୍ର, ପୁରୀ ସେବା ସମିତିର ବିମଳ ପ୍ରସାଦ ମହାନ୍ତି, ଅଭିନନ୍ଦନିକାର ସମ୍ପାଦକ ଶ୍ୟାମ ପ୍ରକାଶ ସେନାପତି, ଅଧ୍ୟାପକ ସୁକାନ୍ତ ମହାନ୍ତି, ଶିକ୍ଷାବିତ ରଘୁନାଥ ମହାପାତ୍ର, ଶିଶୁ ସମାଚାରର ସମ୍ପାଦକ ସୁକାନ୍ତ ପଣ୍ଡା, ଦେବାଶିଷ ମିଶ୍ର, କାଉନସିଲର ରବିନାରାୟଣ ଦାଶ, ଗଙ୍ଗାନାରାୟଣ ପୁର ବିଦ୍ୟାଳୟ ର ମନୋରଞ୍ଜନ ମିଶ୍ର, ଗବେଷକ ଶ୍ରୀନିବାସ ଆଚାର୍ଯ୍ୟ, ସାମ୍ବାଦିକ ପ୍ରଦୀପ ମହାନ୍ତି, ମଧୁସୂଦନ ମିଶ୍ର, ବିଶ୍ୱଜିତ ମିଶ୍ର, ପୁରୀ ସେବା ସମିତିର ସୌମେନ୍ଦ୍ର ଦାସ, ଭାରତ ବିକାଶ ପରିଷଦ ର ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ, ପତଞ୍ଜଳି ଯୋଗ ସମିତିର ଭାସ୍କର ପାତ୍ର, ଶ୍ରୀକ୍ଷେତ୍ର ପୁସ୍ତକ ମେଳା ସଭାପତି କୈଳାଶ ଚନ୍ଦ୍ର, ଶିବ ସୁନ୍ଦର ମିଶ୍ର, ରାଧାନାଥ ଦାଶ, ଅନାମ ସାହୁ, ବିଶ୍ୱମ୍ବର ବିଦ୍ୟାପୀଠ ର ପ୍ରଧାନ ଶିକ୍ଷକ ସୁଶୀଲ ବ୍ରହ୍ମା, କୁମାର ଉତ୍ସବ ସମିତି ସମ୍ପାଦକ ସ୍ୱାଧୀନ କୁମାର ପଣ୍ଡା, ସୁଲେଖା ସମ୍ପାଦକ ଶଦାଶିବ ମିଶ୍ର, ପ୍ରଭୁଦତ୍ତ ମିଶ୍ର, ପ୍ରିୟଜୀତ ମହାପାତ୍ର, ସାହିଭାଇର ବ୍ରଜବନ୍ଧୁ ମହାରଣା, ସୂର୍ଯ୍ୟ ପ୍ରଧାନ, ସତ୍ୟକାମ ସାହୁ, ତନ୍ମୟ ଚାଟ୍ଟାର୍ଜୀ, ହରପ୍ରସାଦ ତ୍ରିପାଠୀ, ରବୀନ୍ଦ୍ର ନାଥ ସେନାପତି ପ୍ରମୁଖ ଶୋକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ପରେ ସ୍ୱର୍ଗଦ୍ୱାର ଠାରେ ଚିତାଗ୍ନୀ ଦିଆଯାଇଥିଲା |
ସ୍ୱର୍ଗଦ୍ୱାର ଠାରେ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ବିଶ୍ୱମ୍ବର ବିଦ୍ୟାପୀଠ , ଜିଲ୍ଲା ସ୍କୁଲ, ସାରସ୍ୱତ ବିଦ୍ୟା ନିକେତନ ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶବଧାରାରେ ପୁଷ୍ପଗୁଛ ପ୍ରଦାନ କରାଯାଇଥିଲା |ସ୍ୱର୍ଗଦ୍ୱାର ଠାରେ ତାଙ୍କ ପୁତ୍ର ତଥା ହାଇ କୋର୍ଟ -ସୁପ୍ରିମ କୋର୍ଟ ର ବିଶିଷ୍ଟ ଅଧିବକ୍ତା ବିଭୁ ପ୍ରସାଦ ତ୍ରିପାଠୀ ମୁଖାଗ୍ନି ଦେଇଥିବାବେଳେ ତାଙ୍କ ଧର୍ମପତ୍ନୀ ବିଦ୍ୟୁତପ୍ରଭା, କନିଷ୍ଠ ପୁତ୍ର ପ୍ରଜ୍ଞାନନ୍ଦ, ଝିଅ ରାଜଶ୍ରୀ, ଜୟଶ୍ରୀ ଓ ପ୍ରଜ୍ଞାଶ୍ରୀ ଏବଂ ବୋହୁ ପଦ୍ମଜା ଓ ସାଗରୀକା ଉପସ୍ଥିତ ଥିଲେ |