-
ସାଧୁ ସନ୍ଥ ମାନେ କଲେ ମହାପ୍ରସାଦ ସେବନ ଓ ମନ୍ତ୍ରଧ୍ଵନୀରେ ପ୍ରକମ୍ପିତ ହେଲା ପରିବେଶ,
ଓଡିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଙ୍କ ଧର୍ମପତ୍ନୀ ସ୍ବର୍ଗୀୟ ସୁଶୀଳା ଦେବୀଙ୍କୁ ମହାପ୍ରଭୁ ଶ୍ରୀଜଗନ୍ନାଥ କ୍ଷେତ୍ର ଶ୍ରୀକ୍ଷେତ୍ର ଧାମର ପୁରୁଷୋତ୍ତମ ଵାଟିକାରେ ଆଧ୍ୟାତ୍ମିକ ପରିବେଶରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା |ଆୟୋଜିତ ଉତ୍ସବରେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଜୀଙ୍କ ପୁତ୍ର, ପୁତ୍ର ବଧୂ, ପରିବାର ସଦସ୍ୟ ଙ୍କ ସହିତ ରାଜଭବନ ର କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ |ଏହି ସମୟରେ ବିଭିନ୍ନ ମଠର ସାଧୁ, ସନ୍ଥ,ବୈଦିକ ବ୍ରାହ୍ମଣ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଆଧ୍ୟାତ୍ମିକ ପରିବେଶରେ ଅର୍ପଣ କରାଯାଇଥିଲା |
ରାଜ୍ୟପାଳ ପହଞ୍ଚିବା ମାତ୍ରେକେ ପୁରୁଷୋତ୍ତମ ବାଟିକା ର ପ୍ରମୁଖ ତଥା ଭରତୀୟା ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷ ସମାଜସେବୀ ଡାକ୍ତର କିଶନ ଲାଲ ଭରତୀୟା, ରୋଟାରି ଜିଲ୍ଲା ପୂର୍ବ ଗଭର୍ଣ୍ଣର ସମାଜସେବୀ ଅଜୟ ଅଗ୍ରୱାଲ, ଶ୍ରୀରାମ ସୁନ୍ଦରକାଣ୍ଡ ଚାରିଟେବୁଲ ଟ୍ରଷ୍ଟର ପ୍ରତିଷ୍ଠାତା ତଥା ସମ୍ପାଦକ ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡା ଜୀ ମହାରାଜ, ପୁରୀର ସମାଜସେବୀ ଭଗବତୀ ଅଗ୍ରୱାଲ, ସାମ୍ବାଦିକ ବିଷ୍ଣୁଦତ୍ତ ଦାସ, ପଣ୍ଡିତ ସୌମ୍ୟରଞ୍ଜନ ଆଚାର୍ଯ୍ୟ,ପଣ୍ଡିତ ସୌମ୍ୟରଞ୍ଜନ ମିଶ୍ର ପ୍ରମୁଖ ରାଜ୍ୟପାଳଙ୍କୁ ସ୍ୱାଗତ କରିବା ସହିତ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ |ମଞ୍ଚ ଉପରେ ସ୍ବର୍ଗୀୟ ସୁଶୀଳା ଦେବୀଙ୍କୁ ଫୁଲ ଅର୍ପଣ କରି କରାଯାଇଥିଲା ଏହି ସମୟରେ ଅନେକ ସଂଖ୍ୟାରେ ସାଧୁ ସନ୍ଥ ଏବଂ ବ୍ରାହ୍ମଣ ମାନଙ୍କ ମହାପ୍ରସାଦ ସେବା କରାଯାଇଥିଲା |ରାଜ୍ୟପାଳ ଜୀ ବ୍ରାହ୍ମଣ ମାନଙ୍କୁ ଦକ୍ଷିଣା, ବସ୍ତ୍ର, ନିଜର ପରିବାର ଲୋକଙ୍କ ଉପସ୍ଥିତରେ ପ୍ରଦାନ କରିଥିଲେ |ଏହି କାର୍ଯ୍ୟକ୍ରମ ସଂଚାଳନରେ ପୁରୁଷୋତ୍ତମ ଵାଟିକାର କର୍ମଚାରୀ ଏବଂ ରାଜଭବନ ର କର୍ମଚାରୀ ସହଯୋଗ କରିଥିଲେ |