

ଝାରଖଣ୍ଡରେ କରୋନାର ୧୩୭ ନୂଆ ମାମଲା
ରାଂଚି, ଝାରଖଣ୍ଡରେ କରୋନାର ୧୩୭ ଟି ନୂଆ ମାମଲା ସାମନାକୁ ଆସିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।ଏହା ସହିତ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ୧,୧୫,୫୨୯ ହୋଇଛି । ବର୍ତମାନ ସୁଦ୍ଧା ରାଜ୍ୟରେ ୧୦୩୫ଜଣଙ୍କର ମୃତ୍ୟୁ ଘଟିଛି ।
ହରିଆଣାରେ ଗତ ୨୪ ଘଂଟାରେ ୨୧୮ କରୋନାର ନୂଆ ମାମଲା
ଚଣ୍ଡିଗଡ ,ହରିଆଣାରେ ଗତ ୨୪ ଘଂଟାରେ ୨୧୮ ନୂଆ କରୋନାର ମାମଲା ସାମନାକୁ ଆସିଛି । ପ୍ରଦେଶ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି । ଏହା ସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୨,୫୭,୨୬୧ ହୋଇଛି ।