ଆଜି ଚିହ୍ନଟ ହୋଇଥିବା ୧୮୩ ଜଣଙ୍କ ମଧ୍ୟରୁ ୧୦୬ ଜଣ ସଂଗରୋଧରୁ ହୋଇଥିବା ବେଳେ ୭୭ ଜଣ ସ୍ଥାନୀୟ ଲୋକ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । କରୋନା ପଜିଟିଭ ମାମଲା ସାମନାକୁ ଆସିବା ପରେ ଏହି ବାବଦରେ କଂଟାକ୍ଟ ଟ୍ରେସିଂ ଓ ଅନ୍ୟ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରା ଯାଉଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ କରା ଯାଇଛି । ଆଜି ଚିହ୍ନଟ ହୋଇଥିବା କୋରୋନା ଆକ୍ରାନ୍ତ ମାନେ ମୋଟ ୨୬ ଟି ଜିଲ୍ଲାର ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ସୁନ୍ଦରଗଡ ଜିଲ୍ଲାରେ ସବୁଠାରୁ ଅଧିକ ୩୨ କରୋନା ସଂକ୍ରମିତ ହୋଇଥିବା ଜଣା ପଡିଛି ।
ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲାରୁ ୨୪ ଜଣ କରୋନା ସଂକ୍ରମିତ ହୋଇଥିବା ବେଳେ ବାଲେଶ୍ୱରରୁ ୨ ଜଣ, ବରଗଡ଼ରୁ ୯ ଜଣ, ଭଦ୍ରକରୁ ୨, ବଲାଙ୍ଗୀରରୁ ୬ ଜଣ ରହିଛନ୍ତି ।
ସେହିପରି ବୌଦ୍ଧ ଜିଲ୍ଲାରୁ ୧, କଟକରୁ ୬ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଦେବଗଡ଼ରୁ ୧ ଜଣ, ଢେଙ୍କାନାଳ ଜିଲ୍ଲାରୁ ୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗଜପତି ଜିଲ୍ଲାରୁ ୨,ଗଞ୍ଜାମରୁ ୫ ଜଣ, ଜଗତ୍ସିଂହପୁରରୁ ୫ ଜଣ, ଯାଜପୁରରୁ ୧୧ ଜଣ, ଝାରସୁଗୁଡ଼ାରୁ ୮ ଜଣ ଚିହ୍ନଟ ହୋଇଥିବା ବେଳେ କଳାହାଣ୍ଡିରୁ ୩, କନ୍ଧମାଳ ଜିଲ୍ଲାରୁ ୧ ସଂକ୍ରମିତ ଚିହ୍ନଟ ହୋଇ ଛନ୍ତି । କେନ୍ଦ୍ରାପଡ଼ାରୁ ୧୦ ଜଣ ଟିହ୍ନଟ ହୋଇଥିବା ବେଳେ କେନ୍ଦୁଝରରୁ ୧, ଖୋର୍ଦ୍ଧାରୁ ୧୪ ଜଣ ଚିହ୍ନଟ ହୋଇଥିବା ବେଳେ କୋରାପୁଟରୁ ଜଣେ ହେଲେ ସଂକ୍ରମିତ ଚିହ୍ନଟ ହୋଇ ନାହାନ୍ତି । ମାଲକାନଗିରି ଜିଲ୍ଲାରୁ ୧,ମୟୂରଭଞ୍ଜରୁ ୫ ଜଣ ସଂକ୍ରମିତ ହୋଇଥିବା ବେଳେ ନବରଙ୍ଗପୁରରୁ ଜଣେ ହେଲେ ସଂକ୍ରମିତ ଚିହ୍ନଟ ହୋଇ ନାହାନ୍ତି । ନୟାଗଡ ଜିଲ୍ଲାରୁ ଜଣେ ହେଲେ ସଂକ୍ରମିତ ଚିହ୍ନଟ ହୋଇ ନାହାନ୍ତି । ନୂଆପଡ଼ାରୁ ୧୦ ଜଣ ଚିହ୍ନଟ ହୋଇଥିବା ବେଳେ ପୁରୀ ଜିଲ୍ଲାରୁ ୬ ଜଣ ଓ ରାୟଗଡା ଜିଲ୍ଲାରୁ ଜଣେ ହେଲେ ସଂକ୍ରମିତ ଚିହ୍ନଟ ହୋଇ ନାହାନ୍ତି । ସମ୍ବଲପୁରରୁ ୧୦ ଜଣ ଚିହ୍ନଟ ହୋଇଥିବା ବେଳେ ସୋନପୁରରୁ ୨, ସୁନ୍ଦରଗଡ଼ରୁ ୩୨ ଜଣ ଓ ଷ୍ଟେଟ୍ପୁଲ୍ରୁ ୫ ଜଣ ଚିହ୍ନଟ ହୋଇଛନ୍ତି ।