-
“ଭାରତ ପାଇଁ ଏକ ମହତ୍ଵପୂର୍ଣ୍ଣ ସଫଳତା!” କହିଲେ ଅମିତ ଶାହ |
-
ଭାରତକୁ ଗର୍ବିତ କରିଥିବାରୁ ମୁଁ ଆମର ଦକ୍ଷ ଏବଂ ପରିଶ୍ରମୀ ବୈଜ୍ଞାନିକଙ୍କୁ ଅଭିବାଦନ ଜଣାଉଛି |
-
“କୋଭିଡ ମୁକ୍ତ ଭାରତ ଲାଗି ଉଦ୍ୟମ କରିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅଭିନନ୍ଦନ, ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ବିରାଟ ପରିବର୍ତ୍ତନ ଆଣିପାରେ”
-
ମେଡ୍ ଇନ ଇଣ୍ଡିଆ ଟିକାକୁ ଅନୁମୋଦନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମ ନିର୍ଭର ଭାରତକୁ ବଳ ଦେବାରେ ଏକ ପରିବର୍ତ୍ତନକାରୀ ପ୍ରମାଣିତ ହେବ
-
ଏହି ପରୀକ୍ଷଣ ସମୟରେ ମାନବିକତାର ସେବା କରିଥିବା ଆମର ବୈଜ୍ଞାନିକ, ଡାକ୍ତର, ଡାକ୍ତରୀ କର୍ମଚାରୀ, ସୁରକ୍ଷା କର୍ମୀ ଏବଂ ସମସ୍ତ କରୋନା ଯୋଦ୍ଧାଙ୍କୁ ହୃଦୟରୁ ଧନ୍ୟବାଦ |
ନୂଆଦିଲ୍ଲୀ,କୈଳାଶ ଚନ୍ଦ୍ର ପଣ୍ଡା
କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ (ଏସଆଇଆଇ) ଏବଂ ଭାରତ ବାୟୋଟେକର କୋଭିଡ-19 ଟିକାକୁ ଡ୍ରଗ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ (ଡିସିଜିଆଇ) ଦେଇଥିବା ଅନୁମୋଦନକୁ ପ୍ରଶଂସା କରିଛନ୍ତି ।
ଅନୁମୋଦନକୁ ସ୍ୱାଗତ କରି ତାଙ୍କ ଟ୍ୱିଟରେ ଶ୍ରୀ ଅମିତ ଶାହ କହିଛନ୍ତି ଯେ, “ଭାରତ ପାଇଁ ଏକ ମହତ୍ଵପୂର୍ଣ୍ଣ ସଫଳତା! ଡିସିଜିଆଇ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଏବଂ ଭାରତ ବାୟୋଟେକର କୋଭିଡ ଟିକାକୁ ଅନୁମୋଦନ ଦେଇଛି । ଭାରତକୁ ଗର୍ବିତ କରିଥିବାରୁ ମୁଁ ଆମର ଅତ୍ୟନ୍ତ ପ୍ରତିଭାଶାଳୀ ଏବଂ ପରିଶ୍ରମୀ ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଉଛି । କୋଭିଡ ମୁକ୍ତ ଭାରତ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ପ୍ରୟାସ ପାଇଁ ଅଭିନନ୍ଦନ । ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ଵ ବିରାଟ ପରିବର୍ତ୍ତନ ଆଣିପାରିବ ।
ସମୟେ ସମୟେ, ଆମେ ଦେଖିଛୁ ସଙ୍କଟ ସମୟରେ ମାନବିକତାକୁ ଅଭିନବ ତଥା ସାହାଯ୍ୟ କରିବାକୁ ନୂତନ ଭାରତ ଆଗ୍ରହୀ । ମେଡ୍ ଇନ୍ ଇଣ୍ଡିଆ ଟିକାକୁ ଅନୁମୋଦନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭର ଭାରତ ଦୂରଦୃଷ୍ଟିକୁ ବଳ ଦେବାରେ ଏକ ପରିବର୍ତ୍ତନକାରୀ ପ୍ରମାଣିତ ହେବ । ଆମେ ଆମର ବୈଜ୍ଞାନିକ, ଡାକ୍ତର, ଡାକ୍ତରୀ କର୍ମଚାରୀ, ସୁରକ୍ଷା କର୍ମୀ ଏବଂ ସମସ୍ତ କରୋନା ଯୋଦ୍ଧାଙ୍କୁ ହୃଦୟରୁ ଧନ୍ୟବାଦ ଦେଉଛୁ, ଯେଉଁମାନେ ଏହି ପରୀକ୍ଷଣ ସମୟରେ ମାନବିକତାର ସେବା କରିଥିଲେ । ମାନବିକତା ପ୍ରତି ନିଃସ୍ୱାର୍ଥପର ସେବା ପାଇଁ ରାଷ୍ଟ୍ର ସର୍ବଦା ସେମାନଙ୍କ ନିକଟରେ କୃତଜ୍ଞ ରହିବ। ”