ଶ୍ରୀରାମ ସୁନ୍ଦରକାଣ୍ଡ ଚାରିଟେବୁଲ ଟ୍ରଷ୍ଟ ସଦା ସର୍ବଦା ବିଶ୍ୱର ତଥା ଭାରତ ର କଲ୍ୟାଣ ନିମନ୍ତେ ସୁନ୍ଦରକାଣ୍ଡ ପାଠ, ସପ୍ତସତୀ ପାଠ, ରାମଚରିତ ମାନସ ନବାହ୍ନ ପାରାୟଣ ଓ ହୋମ, ଯଜ୍ଞ ଭଳି ଅନେକ ଜନ ହିତ କାର୍ଯ୍ୟ କରିଆସୁଛି |ତାହା ସହିତ ହିନ୍ଦୁ ଧର୍ମର ରକ୍ଷା ପାଇଁ ଟ୍ରଷ୍ଟ ତରଫରୁ ବ୍ରହ୍ମଗିରି ବ୍ଲକ ଅନ୍ତର୍ଗତ ଗୋରୁଆଳ ର ଅଳିପଡ଼ା ଠାରେ ଏକ ବିଶାଳ ଗୋଶାଳା ନିର୍ମାଣ ମଧ୍ୟ କରାଯାଇଛି |ଏହି ଗୋଶାଳା ଟି “ଗୋବିନ୍ଦ ଗୋଧାମ ଗୋଶାଳା” ନାମରେ ପରିଚିତ |ଗୋଶାଳା ରେ ବୃଦ୍ଧ, ରୁଗ୍ଣ,, ଅପାହିଜ ଏବଂ ଚୋରା ଚାଲାଣ କରାଯାଉଥିବା ଗୋମାତା ମାନଙ୍କୁ ଉଦ୍ଧାର କରାଯାଇ ପ୍ରଶାସନ ତରଫରୁ ଏଠାରେ ରଖାଯିବା ସହିତ ସେମାନଙ୍କର ସେବା କରାଯାଉଛି |
ଶ୍ରୀରାମ ସୁନ୍ଦରକାଣ୍ଡ ଚାରିଟେବଲ ଟ୍ରଷ୍ଟର ପ୍ରତିଷ୍ଠାତା ଓ ସଂପାଦକ ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡାଜୀ ମହାରାଜ ଆଜି ଶୀତର ପ୍ରକୋପ ରୁ ରକ୍ଷା ପାଇବା ପାଇଁ ସ୍ଥାନୀୟ ବାସିନ୍ଦା ମାନଙ୍କୁ କମ୍ବଳ ବାଣ୍ଟିଛନ୍ତି |
ସେ କହିଛନ୍ତି ଯେ ଆଖପାଖରେ ଅଭାବ ଅନାଟନରେ ରହୁଥିବା ଗରିବ ପିଲାମାନଙ୍କ ପାଇଁ ଆଗାମୀ ଦିନରେ ଟ୍ରଷ୍ଟ ତରଫରୁ ପାଠ ପଢିବା ନିମନ୍ତେ ଆର୍ଥିକ ସହାୟତା ସହିତ ଅନେକ ସୁବିଧା ପ୍ରଦାନ ଯଥା -ଔଷଧ, ଖାତା, ବହି, ବସ୍ତ୍ର ଭଳି ଜିନିଷ ପ୍ରଦାନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ |ସେଥିପାଇଁ ଆଗାମୀ ଟ୍ରଷ୍ଟ ବୈଠକରେ ଏହି ପ୍ରସ୍ତାବ ଦିଆଯିବ |
Related Stories
November 23, 2024