୨୦୧୫ ଜୁନ ମାସରେ ରାଜ୍ୟ ଖାଦ୍ୟ ଯୋଗାଣ ବିଭାଗ, ବୈଷୟିକ ଶିକ୍ଷା ଓ ନିଯୁକ୍ତି ବିକାଶ ମନ୍ତ୍ରୀ ଥିବାବେଳେ IIM…ପ୍ରତିଷ୍ଠା ପାଇଁ ସମ୍ବଲପୁର ଉପଯୁକ୍ତ ସ୍ଥାନ ବୋଲି ଦୈନିକ ଇଂରାଜୀ ଖବରକାଗଜ Telegraph କୁ ସାକ୍ଷାତକାର ମାଧ୍ୟମରେ ମତ ରଖିଥିଲି । ଯେତେବେଳେ କେଉଁଠି IIM ପ୍ରତିଷ୍ଠା ହେବ ରାଜ୍ୟ ତମାମ୍ ଭିନ୍ନଭିନ୍ନ ମତ ଆସୁଥିଲା ସେତେବେଳେ ସମ୍ବଲପୁର ରେ ପ୍ରତିଷ୍ଠା ପାଇଁ ମନ୍ତ୍ୟବ ଦେଇ ବହୁ ଆଲୋଚନା ଓ ସମାଲୋଚନା ସାଉଁଟିଥିଲି । ପରବର୍ତ୍ତୀ ସମୟରେ ସମ୍ବଲପୁର ରେ IIM ପ୍ରତିଷ୍ଠା ହେଲା । ବିଭାଗୀୟ ମନ୍ତ୍ରୀ ଭାବେ ପ୍ରଥମ ବର୍ଷ ନାମଲେଖା ପରେ ପାଠ୍ୟକ୍ରମର ଶୁଭାରମ୍ଭ କରିଥିଲି । ସେ ସମୟରେ ତତ୍କାଳୀନ ସମ୍ବଲପୁର ସାଂସଦ ନଗେନ୍ଦ୍ର ପ୍ରଧାନ, ମାନ୍ୟବର ବିଧାୟକ ରୋହିତ ପୂଜାରୀ କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ । ଓଡ଼ିଶା ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ,ସଞ୍ଜୟ କୁମାର ଦାସବର୍ମା ଏହି ମତ ରଖିଛନ୍ତି |
Related Stories
November 23, 2024