ନୂଆଦିଲ୍ଲୀ, ନିକଟରେ ବ୍ରିଟେନରୁ ଦିଲ୍ଲୀ ଫେରିଥିବା ୪୦ ଜଣ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣା ପଡିଛି । ସେହିପରି ଦିଲ୍ଲୀରେ ଶନିବାର ୪୯୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଦୀର୍ଘ ସାତ ମାସ ମଧ୍ୟରେ ଏହା ହେଉଛି ସବୁଠାରୁ କମ ସଂଖ୍ୟା ।
ଦିଲ୍ଲୀରେ କରୋନା ପଜିଟିଭ ସଂଖ୍ୟା ହ୍ରାସ ପାଉଥିବାରୁ ଏବେ ୧୦ ହଜାର ୫୦୦ରୁ ୧୧୦୦୦ ହଜାର ଶଯ୍ୟା ଖାଲି ରହିଛି । କେବଳ ୨୦୦୦ ଶଯ୍ୟାକୁ ବ୍ୟବସ୍ଥିତ କରାଯାଇଛି । ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦର ଜୈନ ଏହା କହିଛନ୍ତି ।