ଭୁବନେଶ୍ୱର – ସରକାରୀ ହିସାବ କମିଟି(ପବ୍ଲିକ୍ ଆକାଉଂଟସ୍ କମିଟି)ର ତୃତୀୟ ବୈଠକ ଶୁକ୍ରବାର ଏହାର ଅଧ୍ୟକ୍ଷ ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ କୁମାର ନାଏକଙ୍କ ଅଧ୍ୟକ୍ଷତାରେ ଅନୁÂିତ ହୋଇଯାଇଛି ।
ବିଧାନସଭା ପ୍ରକୋÂ ନଂ ୫୪ରେ ଅନୁÂିତ ଏହି କମିଟି ବୈଠକରେ ଗ୍ରାମ୍ୟ ଉନ୍ନୟନ ବିଭାଗ ସଂପର୍କରେ ଭାରତର ମହାଲେଖ ନିୟନ୍ତ୍ରକ ତଥା ମହାସମୀକ୍ଷକ ୨୦୧୩-୧୪ ବର୍ଷ ପାଇଁ ଦେଇଥିବା ରିପୋର୍ଟ ୨୦୧୫ର ସଂଖ୍ୟା-୪ର ପାରା-୩.୫କୁ ପରୀକ୍ଷା କରାଯିବା ସହ ଏହା ଉପରେ ପର୍ଯ୍ୟାଲୋଚନା କରାଯାଇଥିଲା ।
ଏହି ବୈଠକରେ ସରକାରୀ ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ, ବିଜେପି ମୁଖ୍ୟ ସଚେତକ ଶ୍ରୀ ମୋହନ ଚରଣ ମାଝୀ, ବିଧାୟକ ଶ୍ରୀ ନରସିଂହ ମିଶ୍ର ଅଂଶଗ୍ରହଣ କରିଥିଲେ । ଏଥିରେ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା, ବିଧାନସଭାର ସଚିବ ଶ୍ରୀ ଦାଶରଥୀ ଶତପଥୀଙ୍କ ସମେତ ଗ୍ରାମ୍ୟ ଉନ୍ନୟନ ବିଭାଗର ବରିÂ ପଦାଧିକାରୀ ଉପସ୍ଥିତ ଥିଲେ ।