ସେ ଟ୍ୱିଟ କରି କହିଛନ୍ତି ଯେ – କଟକ ଜିଲ୍ଲା ମହାଙ୍ଗା ନିର୍ବାଚନ ମଣ୍ଡଳିର ବିଜେପି ର ବରିଷ୍ଠ ନେତା ପୂର୍ବତନ ବ୍ଲକ ଅଧ୍ୟକ୍ଷ କୁଳମଣି ବରାଳଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ । ଏହି ଦୁଃଖଦ ସମୟରେ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ଚରଣେ ଅମର ଆତ୍ମାର ସଦ ଗତି କାମନା କରୁଛି ।
ରାଜନୈତିକ ତଥା ସାମାଜିକ ଜୀବନରେ ମତ ପାର୍ଥକ୍ୟ ଏବଂ ବାଦବିବାଦ ରହିବା ସ୍ୱାଭାବିକ କିନ୍ତୁ ହିଂସା ପରାୟଣ ହୋଇ ହତ୍ୟା କରିବା ମଣିଷର ଘୃଣ୍ୟ ମାନସିକତାକୁ ଦର୍ଶାଉଛି । ସ୍ୱର୍ଗୀୟ କୁଳମଣି ଭାଇ ଆବାସ ଦୁର୍ନୀତି ସହିତ ମାହାଙ୍ଗା ଅଂଚଳ ରେ ହେଉଥିବା ଅନେକ ଦୁର୍ନୀତି ବିରୁଦ୍ଧରେ ସ୍ୱର ଉଠେଇବା ସହ ଲଢ଼େଇ କରୁଥିଲେ ବୋଲି ସେ କହିଛନ୍ତି ।