 
                ଗଞ୍ଜାମ – ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ବେଗୁନିଆପଡା ଫାଣ୍ଡି ଅଂଚଳରେ ଜଣେ ୯ ବର୍ଷିୟା ନାବାଳିକା ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି  । ଘଟଣାରେ ପୋଲିସ ଅଭିଯୁକ୍ତ ଯୁବକକୁ ଗିରଫ କରି କୋର୍ଟଚାଲାଣ କରିଛି  ।
ଗତ ୯ ତାରିଖରେ ଗ୍ରାମର ସମସ୍ତେ ଦୂର୍ଗାପୂଜା ଭସାଣି ଉତ୍ସବରେ ବ୍ୟସ୍ତ ଥିବା ବେଳେ ବାଳିକା ଜଣକ ଶୌଚ ପାଇଁ ଘର ନିକଟସ୍ଥ ପଡିଆକୁ ଯାଇଥିଲେ  । ଏହାର ସୁଯୋଗ ନେଇ ଅଭିଯୁକ୍ତ ସୁଶାନ୍ତ କୁମାର ସାହୁ ତାଙ୍କୁ ଜୋରଜବରଦସ୍ତ ଉଠାଇ ନେଇ ଦୁଷ୍କର୍ମ କରିଥିଲା  । ନାବାଳିକା ଜଣକ ଘରକୁ ଫେରି ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ ଜଣାଇବା ପରେ ଗତକାଲି ତାଙ୍କ ବାପାଙ୍କ ପକ୍ଷରୁ ବେଗୁନିଆପଡା ଫାଣ୍ଡିରେ ଲିଖିତ ଅଭିଯୋଗ ହୋଇଥିଲା  । ଅଭିଯୋଗକୁ ଭିତି କରି ପୋଲିସ ଏ ସଂକ୍ରାନ୍ତରେ ୨୭୫/୧୯ ରେ ଏକ ମାମଲା ରୁଜ୍ଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିଲା  । ଗତକାଲି ଅଭିଯୁକ୍ତକୁ ଗିରଫ ପୂର୍ବରୁ ପୀଡ଼ିତା ଓ ତା’ର ଡାକ୍ତରୀମାଇନା କରାଯାଇଥିଲା  । ଆଜି ଅଭିଯୁକ୍ତକୁ କୋର୍ଟଚାଲାଣ କରାଯାଇଥିବା ନେଇ ଫାଣ୍ଡି ଅଧିକାରୀ ଦିପ୍ତୀରଞ୍ଜନ ବେହେରା ସୂଚନା ଦେଇଛନ୍ତି  ।
                            
                        
	                    
 
                    







