ସାମାଜିକ ଦୂରତା ନିୟମକୁ ବଜାୟ ରଖିବା ପାଇଁ, ସକାଳ 9:30 – ପୂର୍ବାହ୍ନ 11:00, ପୂର୍ବାହ୍ନ 11:30 – ଅପରାହ୍ନ 1:00, ଅପରାହ୍ନ 1:30 – ଅପରାହ୍ନ 3:00 ଏବଂ ଅପରାହ୍ନ 3:30 – ଅପରାହ୍ନ 5:00 ମଧ୍ୟରେ ସର୍ବାଧିକ 25 ଭ୍ରମଣକାରୀଙ୍କ ପାଇଁ ଚାରୋଟି ପ୍ରି-ବୁକ୍ ହୋଇଥିବା ସମୟ ସ୍ଲଟ୍ ସ୍ଥିର କରାଯାଇଛି । ଭ୍ରମଣ ସମୟରେ, ପରିଦର୍ଶକମାନଙ୍କୁ କୋଭିଡ ନିଯମାବଳୀ ଅନୁସରଣ କରିବାକୁ ପଡିବ ଯେପରିକି ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା, ଆରୋଗ୍ୟ ସେତୁ ଆପ୍ ବ୍ୟବହାର କରିବା ଇତ୍ୟାଦି । କୋଭିଡ-19 ସଂକ୍ରମିତ ଲୋକଙ୍କ ପାଇଁ ଏହି ଯାତ୍ରା ନିଷିଦ୍ଧ କରାଯାଇଛି ।
ରାଷ୍ଟ୍ରପତି ଭବନ କମ୍ପ୍ଲେକ୍ସ ସଂଗ୍ରହାଳୟ ବିଷୟ ହେଉଛି ଏକ ଇଭେଣ୍ଟ ଭିତ୍ତିକ କାହାଣୀ ଯାହା କଳା, ସଂସ୍କୃତି, ଐତିହ୍ୟ ଏବଂ ଇତିହାସର ପ୍ରତୀକ ସୂକ୍ଷ୍ମ ତଥା ଅମୂଲ୍ୟ କଳାକୃତି ପ୍ରଦର୍ଶନ କରିଥାଏ । ଏସଂପର୍କରେ ଅଧିକ ବିବରଣୀ https://rbmuseum.gov.in ୱେବସାଇଟରୁ ପାଇପାରିବେ ।