

ଉତରାଖଣ୍ଡରେ ଗତ ୨୪ ଘଂଟାରେ କରୋନାର ୩୬୧ ନୂଆ ମାମଲା
ଦେହରାଦୁନ ,ଉତରାଖଂଡରେ ଗତ ୨୪ ଘଂଟାରେ ୩୬୧ନୂଆ କରୋନାର ମାମଲା ସାମନାକୁ ଆସିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।ଏହା ସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୯୧,୨୮୧ ହୋଇଛି । ରାଜ୍ୟରେ ବର୍ତମାନ ଯାଏ ୧,୫୧୫ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି ।
କର୍ଣାଟକରେ ଗତ ୨୪ ଘଂଟାରେ ୮୭୭ କରୋନାର ନୂଆ ମାମଲା
ବେଙ୍ଗାଲୁରୁ ,କର୍ଣାଟକରେ ଗତ ୨୪ ଘଂଟାରେ ୮୭୭ ନୂଆ କରୋନାର ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ୬ ଜଣଙ୍କର ମୃତ୍ୟୁ ଘଟିଛି । ପ୍ରଦେଶ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।ଏହା ସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୯,୨୦,୩୭୩ ହୋଇଛି । ବର୍ତମାନ ସୁଦ୍ଧା ରାଜ୍ୟରେ ୧୨,୦୯୬ ଜଣଙ୍କର ମୃତ୍ୟୁ ଘଟିଛି ।