ପୁରୀ– ଆସନ୍ତାକାଲି ଠାରୁ ଅର୍ଥାତ୍ ୩ ତାରିଖ ଠାରୁ ଶ୍ରୀ ମନ୍ଦିରରେ ଶ୍ରୀ ଜୀଉ ମାନଙ୍କୁ ଦର୍ଶନ କରିପାରିବେ ପୁରୀ ସହର ବାହାରର ଶ୍ରଦ୍ଧାଳୁ । ଏଥି ନିମନ୍ତେ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ତେବେ ପ୍ରଶାସନିକ ନିର୍ଦ୍ଦେଶ ପ୍ରକାରେ ଶ୍ରଦ୍ଧାଳୁ ମାନେ ୯୬ ଘଂଟା ପୂର୍ବର କରୋନା ନେଗେଟିଭ୍ ରିପୋର୍ଟ ସଙ୍ଗରେ ଆଣି ଆସିବା ଜରୁରୀ । ପ୍ରଥମେ ଏହାର ଯାଂଚ୍ ପରେ ମୁହଁରେ ମାସ୍କ ପିନ୍ଧି, ସାମାଜିକ ଦୂରତା କଟକଣା ରକ୍ଷା କରି ଶ୍ରଦ୍ଧାଳୁ ମାନେ ଚତୁର୍ଦ୍ଧାମୂର୍ତିଙ୍କ ଦର୍ଶନ କରିପାରିବେ । ସକାଳ ସାଢ଼େ ୭ଟା ଠାରୁ ରାତି ପହୁଡ଼ ପର୍ଯ୍ୟନ୍ତ ଭକ୍ତଙ୍କୁ ରତ୍ନ ସିଂହାସନ ଉପରୁ ଦର୍ଶନ ଦେବେ ଶ୍ରୀଜୀଉ ।
ପ୍ରକାଶ ଥାଉ କି, ଗତ ଡ଼ିସେମ୍ବର ୨୩ ରୁ ୨୫ ତାରିଖ ପର୍ଯ୍ୟନ୍ତ ସେବାୟତ ପରିବାର ଶ୍ରୀଜୀଉଙ୍କ ଦର୍ଶନ କରିଥିଲେ । ସେହିପରି ୨୬ ତାରିଖ ଠାରୁ ୩୧ ତାରିଖ ପର୍ଯ୍ୟନ୍ତ ପୁରୀ ସହରବାସୀଙ୍କ ନିମନ୍ତେ ୱାର୍ଡ଼ୱାରୀ ଦର୍ଶନ ବ୍ୟବସ୍ଥା କରାଯାଇଥିଲା ।