ଡ଼ିଏଫଓଙ୍କ ସୂଚନା ମୁତାବକ, ହାତୀ ଛୁଆର ନାଭିରେ ସଂକ୍ରମଣ ହୋଇଛି । ଛୁଆଟିର ବୟସ ପ୍ରାୟ ୫ ମାସ ହେବ ବୋଲି କହିଛନ୍ତି ଡ଼ିଏଫଓ । ସେରେଲାକ୍, ଲାକ୍ଟୋଜିନ୍ ସହିତ ତାକୁ ୩ ଲିଟର ଲେଖାଏଁ କ୍ଷୀର ପିଇବାକୁ ଦିଆଯାଉଛି । ଏଥିସହ ଭିଟାମିନ୍ କ୍ୟାଲେସିୟମ୍ ଟାବଲେଟ୍ ଦିଆଯାଉଛି । ହାତୀଟିକୁ ଦିନକୁ ସାତ ଥର ଖାଇବାକୁ ଦିଆଯିବ । ଡ଼ାକ୍ତରୀ ମାଇନା ପରେ ଏହି ଛୁଆ ହାତୀଟି ମାଇ ହାତୀ ଥିବା ଜଣାପଡିଛି । ଡ଼ାକ୍ତରଙ୍କ ପରାମର୍ଶ କ୍ରମେ ତାର ଚିକିତ୍ସା ଚାଲିଥିବା ସେ କହିଛନ୍ତି ।
ଗତ ୨୯ ତାରିଖ ଦିନ ଏହି ହାତୀ ଛୁଆଟିକୁ ଚିକିଟି ନିକଟସ୍ଥ ବାହୁଦା ଚିଙ୍ଗୁଡ଼ି ଜଳ ହ୍ରଦରୁ ଧିବର ମାନେ ଉଦ୍ଧାର କରିଥିଲେ । ଏହି ଛୁଆ ହାତୀଟିକୁ ହାତୀ ପଲ ସଙ୍ଗରେ ନନେଇ ଛାଡି ଚାଲିଯାଇଥିଲେ । ଖବର ପାଇ ଗଞ୍ଜାମ ବନ ବିଭାଗ ପକ୍ଷରୁ ହାତୀଛୁଆଟିକୁ ଅଣାଯାଇ ଟାମଣା ବିଟ୍ ହାଉସ୍ ରଖାଯିବା ସହ ସେଠାରେ ଆବଶ୍ୟକ ଚିକିତ୍ସା କରାଯାଇଥିଲା । ଗତକାଲି ଏହି ହାତୀ ଛୁଆଟିକୁ କପିଳାସ ଜଙ୍ଗଲରେ ନେଇ ଛଡାଯାଇଥିଲା ।