ଦେଶରେ ମୋଟ ସୁସ୍ଥଙ୍କ ସଂଖ୍ୟା 98.6 ଲକ୍ଷ (98,60,280)କୁ ଅତିକ୍ରମ କରିଛି ଏବଂ ଏହା ବିଶ୍ୱରେ ସର୍ବାଧିକ । ସୁସ୍ଥଙ୍କ ସଂଖ୍ୟା ଏବଂ ସକ୍ରିୟ କରୋନା ମାମଲା ମଧ୍ୟରେ ପାର୍ଥକ୍ୟ କ୍ରମାଗତ ଭାବେ ବୃଦ୍ଧି ପାଇ ଚାଲିଛି ଏବଂ ଏବେ 96,02,624 ହୋଇଛି ।
ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା କ୍ରମରେ, ସକ୍ରିୟ କରୋନା ମାମଲା 2.57 ଲକ୍ଷକୁ ହ୍ରାସ ପାଇଛି । ଦେଶରେ ମୋଟ ପଜିଟିଭ୍ ମାମଲା ଏବେ 2,57,656 ରହିଛି, ଯାହାକି ମୋଟ ମାମଲାର ମାତ୍ର 2.51% ।
ପ୍ରତିଦିନ ଅଧିକରୁ ଅଧିକ ସଂଖ୍ୟକ ଆକ୍ରାନ୍ତ ସୁସ୍ଥ ହେଉଛନ୍ତି ଏବଂ ମୃତ୍ୟୁ ହାର ମଧ୍ୟ ହ୍ରାସ ପାଇବାରେ ଲାଗିଛି । ସକ୍ରିୟ କରୋନା ମାମଲା ମଧ୍ୟ ଦ୍ରୁତ ଗତିରେ ହ୍ରାସ ପାଇବାରେ ଲାଗିଛି । ଗତ 24 ଘଣ୍ଟା ମଧ୍ୟରେ ଦେଶରେ 21 ହଜାର 822 ଟି ନୂଆ କରୋନା ମାମଲା ଆସିଥିବା ବେଳେ 26 ହଜାର 139 ଜଣ ସୁସ୍ଥ ହୋଇଛନ୍ତି । ଏହାଦ୍ୱାରା ସକ୍ରିୟ କରୋନା ମାମଲା ସିଧାସଳଖ 4616 ହ୍ରାସ ପାଇଛି ।
ନୂତନ ଭାବେ ସୁସ୍ଥ ହୋଇଥିବା ଲୋକଙ୍କ ମଧ୍ୟରୁ 77.99% ଆସିଛନ୍ତି 10 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ।
କେରଳରେ ଗୋଟିଏ ଦିନରେ ସର୍ବାଧିକ 5707 ଜଣ ସୁସ୍ଥ ହୋଇଛନ୍ତି । ଏହା ପଛକୁ ମହାରାଷ୍ଟ୍ରରେ 4913 ଜଣ ଏବଂ ଛତିଶଗଡ଼ରେ 1588 ଜଣ ସୁସ୍ଥ ହୋଇଛନ୍ତି ।
ଗତ 24 ଘଣ୍ଟା ମଧ୍ୟରେ ଆସିଥିବା ନୂଆ ପଜିଟିଭ୍ ମାମଲା ମଧ୍ୟରୁ 79.87% ଆସିଛନ୍ତି 10 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ । କେରଳରୁ ସର୍ବାଧିକ 6228 ଜଣ ଆସିଥିବା ବେଳେ ମହାରାଷ୍ଟ୍ରରେ 3537ଟି ନୂଆ ମାମଲା ଚିହ୍ନଟ ହୋଇଛି ।
ଗତ 24 ଘଣ୍ଟା ମଧ୍ୟରେ ଦେଶରେ 299 ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।ଏଥିରୁ 80.60% ମୃତ୍ୟୁ ହୋଇଛି 10 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ।ମହାରାଷ୍ଟ୍ରରେ ସର୍ବାଧିକ 90 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କେରଳ ଓ ପଶ୍ଚିମବଙ୍ଗରେ 28 ଜଣ ଲେଖାଏଁ ପ୍ରାଣ ହରାଇଛନ୍ତି ।
ମୋଟ 10ଟି ସରକାରୀ ଲାବୋରେଟାରୀରେ ଜେନୋମ ସିକ୍ୱେନ୍ସ ପରେ ବ୍ରିଟେନ ମ୍ୟୁଟାଣ୍ଟ ଭାଇରସ ଚିହ୍ନଟ ହୋଇଛି । ପୁନେ ଏନଆଇଭିରେ 4ଟି ନୂଆ ଏବଂ ଦିଲ୍ଲୀ ଆଇଜିଆଇବିରେ ଗୋଟିଏ ନୂଆ ମାମଲାରେ ଭାଇରସ ଚିହ୍ନଟ ହୋଇଛି । ସମସ୍ତ 25 ଜଣ ଏବେ ସଙ୍ଗରୋଧରେ ସ୍ୱାସ୍ଥ୍ୟ ବିଭାଗ ତଦାରଖରେ ରହିଛନ୍ତି ।