
ଏହି ଉନ୍ନୀତ ଇ-ଟିକେଟ ୱେବସାଇଟ ବେଷ୍ଟ ଇନ୍ କ୍ଲାସ ବା ଶ୍ରେଷ୍ଠ ସୁବିଧା ସୁଯୋଗ ଉପଲବ୍ଧ । ଏହାକୁ ରେଳବାଇ, ବାଣିଜ୍ୟ, ଶିଳ୍ପ, ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ମନ୍ତ୍ରୀ ଶ୍ରୀ ପୀୟୂଷ ଗୋଏଲ ଆଜି (2020 ଡିସେମ୍ବର 31) ଲୋକାର୍ପଣ କରିଛନ୍ତି । ଏହା ରେଳଯାତ୍ରୀମାନଙ୍କୁ ମନ୍ତ୍ରଣାଳୟର ଏକ ନୂଆବର୍ଷର ଭେଟି ।
ଏହି ଅବସରରେ ଉଦ୍ବୋଧନ ଦେଇ ମନ୍ତ୍ରୀ ଶ୍ରୀ ଗୋଏଲ କହିଛନ୍ତି ଦେଶର ସେବା ପାଇଁ ରେଳବାଇ ଅଙ୍ଗୀକାରବଦ୍ଧ । ସେବାରେ ଉନ୍ନତି ଏବଂ ରେଳଯାତ୍ରା ଅନୁଭୂତିକୁ ଅଧିକ ସୁଖଦ କରିବା ପାଇଁ ତାଙ୍କ ମନ୍ତ୍ରଣାଳୟ ନିରନ୍ତର ଉଦ୍ୟମ ଜାରି ରଖିଛି । ଏହି ଉନ୍ନୀତ ଇ-ଟିକେଟିଂ ପ୍ଲାଟଫର୍ମ ଦ୍ୱାରା ଅନ୍ଲାଇନ ରେଳ ଟିକେଟ ବୁକିଂ ସହଜ ହେବ ଏବଂ ଯାତ୍ରୀମାନେ ଏହାଦ୍ୱାରା ବିଶେଷ ଉପକୃତ ହେବେ । ସେ କହିଛନ୍ତି ଯେ ଆଇଆରସିଟିସି ଏହି ୱେବସାଇଟର ଅଧିକ ଉନ୍ନତି ପାଇଁ ନିରନ୍ତର କାର୍ଯ୍ୟ କରିବା ଉଚିତ । ଏହାକୁ ବିଶ୍ୱସ୍ତରରେ ଅଦ୍ୱିତୀୟ କରିପାରିଲେ ପ୍ରଧାନମନ୍ତ୍ରୀଙ୍କ ଡିଜିଟାଲ ଇଣ୍ଡିଆ ଲକ୍ଷ୍ୟ ଓ ଅଭିଯାନ ସଫଳ ହୋଇପାରିବ ।
ରେଳ ଟିକେଟ ବୁକିଂ ପାଇଁ ଇ-ଟିକେଟିଂ ସେବା
2014ରେ ଭାରତୀୟ ରେଳବାଇରେ ନୂଆ ପିଢିର ଇ-ଟିକେଟିଂ ବ୍ୟବସ୍ଥା ଆରମ୍ଭ ହୋଇଥିଲା । ରେଳଯାତ୍ରୀଙ୍କୁ ନିରନ୍ତର ସେବା ଯୋଗାଇବା ଥିଲା ଏହାର ଉଦ୍ଦେଶ୍ୟ । ଟିକେଟ ବିକ୍ରିର ବୋଝ ବଢୁଥିବାରୁ ସହଜରେ ଏବଂ ତୁରନ୍ତ କାଉଣ୍ଟର ବାହାରେ ବିକଳ୍ପ ବ୍ୟବସ୍ଥାରେ ଯାତ୍ରୀଙ୍କୁ ଟିକେଟ ଯୋଗାଇଦେବା ଏହାର ପ୍ରଥମ ଲକ୍ଷ୍ୟ । ଆଇଆରସିଟିସି ପକ୍ଷରୁ ଏହି ଇ-ଟିକେଟିଂ ବ୍ୟବସ୍ଥା ଯୋଗାଇ ଦିଆଯାଉଥିଲା । ଏବେ ଏହି ଉନ୍ନୀତ ଇ-ଟିକେଟିଂ ୱେବସାଇଟ ଏବଂ ଆପ୍ ପରବର୍ତ୍ତୀସ୍ତରର ସେବା ଓ ଅନୁଭୂତି ସବୁ ରେଳ ବ୍ୟବହାରକାରୀଙ୍କୁ ଯୋଗାଇଦେବ ।
ନୂଆ ବ୍ୟବସ୍ଥାରେ ଯାତ୍ରୀଙ୍କ ଅଭିଜ୍ଞତାକୁ ଗୁରୁତ୍ୱ
ରେଳ ବ୍ୟବହାରକାରୀ ଓ ଯାତ୍ରୀଙ୍କ ସ୍ୱାର୍ଥକୁ ଅଗ୍ରାଧିକାର ଦେଇ ସଂଶୋଧିତ ଓ ଉନ୍ନୀତ ବୁକିଂ ବ୍ୟବସ୍ଥା ତିଆରି ହୋଇଛି । ରେଳ ଟିକେଟ ବୁକିଂ କ୍ଷେତ୍ରରେ ଏହି ଉନ୍ନୀତ ୱେବସାଇଟ ରେଳ ବ୍ୟବହାରକାରୀଙ୍କୁ ବିଶ୍ୱସ୍ତରୀୟ ସୁବିଧା ଦେବ । ଏଥିରେ ଅଭିନବ ୟୁଜର ପର୍ସନାଲାଇଜେସନ ଫିଚର ଉପଲବ୍ଧ । ସେ ସବୁକୁ ୟୁଜର ସହଜରେ ଲଗ୍ ଇନ୍ କରିପାରିବେ । ପ୍ରଥମ ଥର ପାଇଁ ଏହି ବ୍ୟବସ୍ଥା ଯୋଗାଇ ଦିଆଯାଇଛି । ଏହାଛଡା ଏଥିରେ ନିରନ୍ତର ଯାତ୍ରା ଅନୁଭବ ପାଇଁ କଷ୍ଟୋମାଇଜେସନ ସୁବିଧା ମଧ୍ୟ ଉପଲବ୍ଧ । ଗୋଟିଏ ସ୍ଥାନରେ ଟ୍ରେନ ସିଲେକ୍ଟ କରିବା ସହ ଟିକେଟ ବୁକିଂ ଏବଂ ଏହା ସହିତ ମିଲ୍ ଓ ରହିବା ପାଇଁ ହୋଟେଲ, ରିଟାୟରିଂ ରୁମ୍ ଏବଂ ଅନ୍ୟାନ୍ୟ ଅବସ୍ଥାନ ସୁବିଧା ବାଛିବାର ସୁଯୋଗ ରହିଛି । ଟିକେଟ ସହ ରହିବାର ସ୍ଥାନକୁ ମଧ୍ୟ ବୁକ୍ କରିହେବ ।
ଉନ୍ନୀତ ୱେବସାଇଟର ବିଶେଷତ୍ୱ
- ସଂପୂର୍ଣ୍ଣ ୟୁଜର ପର୍ସନାଲାଇଜେସନ ଏବଂ ୟୁଜର ଲଗ୍ ଇନ୍ ସହ ସଂଯୁକ୍ତ ।
- ଏହା ମାଧ୍ୟମରେ ଟ୍ରେନ ଯାତ୍ରାବେଳେ ମିଲ୍, ରିଟାୟରିଂ ରୁମ୍ ଓ ହୋଟେଲ ଆଦି ପାଇଁ ବୁକିଂ କରିହେବ । ଏ ସମସ୍ତ ସୁବିଧା ସମନ୍ୱିତ ହୋଇ ରହିଛି ଏବଂ ଟିକେଟ ସହିତ ଏହିସବୁ ସୁବିଧା ପାଇଁ ବୁକିଂ କରିହେବ । ଏହାଦ୍ୱାରା ଗୋଟିଏ ଜାଗାରେ ଗୋଟିଏ ଥରରେ ଯାତ୍ରୀଙ୍କୁ ସବୁ ପ୍ରକାର ସୁବିଧା ମିଳିପାରିବ । ଯାତ୍ରୀଙ୍କୁ ଷ୍ଟେସନ ପ୍ରବେଶ ସମୟରେ ପ୍ରେଡିକ୍ଟିଭ ଏଣ୍ଟ୍ରି ସଜେସନ ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସ ସୁବିଧା ମାଧ୍ୟମରେ ପ୍ରଦାନ କରାଯିବ । ଏହା ଫଳରେ ଯାତ୍ରୀଙ୍କୁ ଷ୍ଟେସନ ଖୋଜିବା ଏବଂ ଟିକେଟ ବୁକ୍ କରିବାର ଜଞ୍ଜାଳରୁ ମୁକ୍ତି ମିଳିବ ।
- ୟୁଜର ଆକାଉଣ୍ଟ ପେଜ୍ରେ ସରଳ ଚେକିଂ ବ୍ୟବସ୍ଥା ଦ୍ୱାରା ରିଫଣ୍ଡର ସ୍ଥିତି ଦେଖିହେବ । ପୂର୍ବରୁ ଏହି ସୁବିଧା ସହଜରେ ମିଳୁ ନ ଥିଲା ।
- ସ୍ୱୟଂକ୍ରିୟ ବ୍ୟବସ୍ଥାରେ ଆବଶ୍ୟକ ତଥ୍ୟାବଳୀ ଏଣ୍ଟ୍ରି କରି ରେଗୁଲାର କିମ୍ବା ଫେଭରାଇଟ ଯାତ୍ରା ପାଇଁ ସହଜରେ ଟିକେଟ ବୁକ୍ କରିହେବ ।
- ଟ୍ରେନ ସର୍ଚ୍ଚ ଓ ସିଲେକ୍ସନ ବ୍ୟବସ୍ଥାକୁ ସରଳ କରାଯାଇଛି । ରେଳ ବ୍ୟବହାରକାରୀଙ୍କ ସମୟ ବଞ୍ଚାଇବା ପାଇଁ ଏହି ସର୍ଚ୍ଚ ବ୍ୟବସ୍ଥାକୁ ଗୋଟିଏ ପୃଷ୍ଠାରେ ଦିଆଯାଇଛି । ଏହା ଫଳରେ ଟିକେଟ ବୁକିଂର ଅନୁଭୂତି ଭଲ ରହିବ ।
- ସମସ୍ତ ତଥ୍ୟ ଗୋଟିଏ ପୃଷ୍ଠାରେ ସ୍ଥାନ ପାଇଛି । ଏହିି ପୃଷ୍ଠାରେ ସମସ୍ତ ଟ୍ରେନର ସବୁ ଶ୍ରେଣୀର ଟିକେଟ, ସିଟ୍, ଭଡ଼ା ଓ ଅନ୍ୟାନ୍ୟ ଉପଲବ୍ଧ । କେବଳ ସ୍କ୍ରଲ କରି ସବିଶେଷ ତଥ୍ୟ ଏଥିରୁ ଜାଣିହେବ ଏବଂ ତଦନୁସାରେ ସୁବିଧାରେ ଟିକେଟ କରିହେବ । ପୂର୍ବରୁ ଏ ସୁବିଧା ନ ଥିଲା । ଯାତ୍ରୀଙ୍କୁ ଟିକେଟ ବୁକିଂ ପାଇଁ ନିର୍ଦ୍ଦିଷ୍ଟ ଟ୍ରେନ ବିଷୟରେ ସର୍ଚ୍ଚ କରିବାକୁ ପଡୁଥିଲା ।
- ବ୍ୟାକ୍ ଏଣ୍ଡର ଏକ କ୍ୟାଚ ସିଷ୍ଟମ ପ୍ରବର୍ତ୍ତନ କରାଯାଇଛି । ଏହା ଆଭଲେବିଲିଟି ଷ୍ଟାର୍ଟସ ଜଣାଇବ । ଫଳରେ ଆଭଲେବିଲିଟି ସଂକ୍ରାନ୍ତ ତଥ୍ୟ ଲୋଡିଂ ଜନିତ ବିଳମ୍ବକୁ ଏହା ଦୂର କରିବାରେ ସହାୟକ ହେବ ।
- ୱେଟିଂ ତାଲିକାରେ ଥିବା ଟିକେଟର କର୍ଣ୍ଣଫର୍ମେସନ ସମ୍ଭାବନା ସଂପର୍କରେ ତଥ୍ୟ ପ୍ରଦାନର ସୁବିଧା ରହିଛି । ପୂର୍ବରୁ ଏହି ସୁବିଧା ସ୍ୱତନ୍ତ୍ରଭାବେ ପ୍ରତ୍ୟେକ ୱେଟିଂ ଲିଷ୍ଟ ଷ୍ଟାର୍ଟସରୁ ମଳିଥିଲା । ଏବେ ଏହା ଗୋଟିଏ ଜାଗାରୁ ଉପଲବ୍ଧ ହେବ ।