କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ
କୋଭିଡ ମହାମାରୀ କୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ତରଫରୁ ଜାରି କରାଯାଇଛି ରାତ୍ରି କାଳୀନ କରଫ୍ୟୁ |ଏହି କରଫ୍ୟୁ ରାତ୍ରି ୧୦ ଘଂଟିକା ଠାରୁ ସକାଳ ୫ ଟା ପର୍ଯ୍ୟନ୍ତ ପୁରୀ ଜିଲ୍ଲାରେ ବଳବତ ରହିବା ସହିତ ୧୪୪ ଧାରା ଲାଗୁ କରାଯାଇଛି ବୋଲି ଜିଲ୍ଲା ପ୍ରଶାସନ ତରଫରୁ ଏକ ଭିଡିଓ ବାର୍ତ୍ତାରେ ଜିଲ୍ଲାପାଳ ବଲୱନ୍ତ ସିଂ ସୂଚନା ପ୍ରଦାନ କରିଛନ୍ତି |UK ରୁ ଆସିଥିବା ନୂଆ ଷ୍ଟ୍ରେନ ସଂକ୍ରମଣ କୁ ନଜରରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି |ଜିଲ୍ଲାପାଳ ନିବେଦନ କରିଛନ୍ତି ଯେ ଇଂରାଜୀ ନୂଆ ବର୍ଷକୁ ପାଳନ କରିବା ସହିତ ପବ୍ଲିକ ପ୍ଲେସରେ ଗହଳି ନ କରିବା ଅନୁରୋଧ କରିଛନ୍ତି |ଜାନୁଆରୀ ୧ ଏବଂ ୨ ତାରିଖ ଦୁଇଦିନ ଧରି ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁ ମାନଙ୍କ ପାଇଁ ଦର୍ଶନ ବନ୍ଦ ରହିବ ଏବଂ ପୁରୀବାସୀ ଏହି ନିୟମକୁ ସହଯୋଗ କରିବା ପାଇଁ କାମନା କରିଛନ୍ତି |