ଗୁରୁବାର ପୌଷ କୃଷ୍ଣ ପ୍ରତିପଦ ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସକାଳଧୂପ ପରେ “ମାଜଣା” ଏବଂ ସନ୍ଧ୍ୟାଧୂପ ପରେ “ଏକାନ୍ତ” ନୀତି ପାଳିତ ହୋଇଅଛି । ଶ୍ରୀମନ୍ଦିରରେ ଦୈନଦିନ ନୀତି ବ୍ୟତୀତ ଅନେକ ନୈମିତିକ ନୀତି ପାଳିତ ହୁଏ ସେଥି ମଧ୍ୟରୁ ଗୁରୁବାର ନୀତି ଅନ୍ୟତମ | ଏହି ନୀତି ଦୋୟ ଦୁଇଟି ପର୍ଯ୍ୟାୟରେ ପାଳିତ ହୋଇଥାଏ । ମାଜଣା ନୀତି ସକାଳଧୂପ ପରେ ଅନୁଷ୍ଠିତ ହେଉଥିବାବେଳେ, ଏକାନ୍ତ ନୀତି ସନ୍ଧ୍ୟା ଧୂପପରେ ଅନୁଷ୍ଠିତ ହୋଇଥିଲା । ଏହି ନୀତି ମାହାଜନ, ସୁଦୁସୁଆର, ପର୍ବଯାତ୍ରା ଯୋଗାଣିଆ, ଆସ୍ଥାନ ପ୍ରତିହାରୀ, ଚନ୍ଦନ ଘଟୁଆରୀ, ପୂଜାପଣ୍ଡା, ଭିତରଛୁ ମହାପାତ୍ର, ପାଳିଆ ପୁଷ୍ପାଳକ, ବିମାନବଡୁ, ଘଣ୍ଟୁଆ, ଖଟଶେଯ ମେକାପ, ମାନେ ରହି ସମ୍ପର୍ଣ୍ଣ କରିଥିଲେ ।ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦ୍ୱାର ଫିଟା ନୀତି ପ୍ରତଃ ଘ.୪.୧୦ ମି. ରେ ସମ୍ପନ୍ନ ହୋଇ, ଭିତର ଶୋଧ ପ୍ରତଃ ଗଜ.୪.୫୦ , ମଙ୍ଗଳ ଆଳତି ପ୍ରତଃ ଘ.୫.୦୫ ,ମଇଲମ ପ୍ରତଃ ଘ.୫.୧୦,ରୋଷ ହୋମ ପ୍ରାତଃ ୫.୨୦, ତଡପ ଲାଗି ପ୍ରତଃ, ୫.୪୦ , ଅବକାଶ ପୂଜା ଶେଷ ଘ.୬.୨୫ ରେ ବଢି, ମହାପ୍ରଭୁଙ୍କ ମଇଲମ ଘ.୬.୩୦, ସୂର୍ଯ୍ୟ ପୂଜା ଘ.୭.୦୫ , ଦ୍ୱାରପାଳ ପୂଜା, ବେଶଶେଷ ଘ.୭.୨୫ହେବାପରେ, ମହାପ୍ରଭୁଙ୍କ ଗୋପାଳ ବଲ୍ଲବ ଏବଂ ପହିଲି ଭୋଗ ଘ.୭.୫୫ ରେ ଶେଷ ହୋଇ ଥିଲା |ଏହାପରେ ସକାଳ ଧୂପ ଘ.୯.୪୦ ରେ ଶେଷ ହୋଇ ପ୍ରସାଦ ବାହାରି ଘ.୯.୪୫ ରେ ପାଣି ପଡିବାପରେ, ଠାକୁର, ଠାକୁରାଣୀଙ୍କ ମାଜଣା ପାଇଁ ପୂର୍ବରୁ ମାଜଣା ମଣ୍ଡପ ଧୁଆଯାଇ ପରିସ୍କାର କରାଯାଇଥିଲା ମଇଲମ ଘ.୧୦.୦୦ ଟାରେ ଶେଷ ହେବାପରେ, ପାଳିଆ ମାହାଜନ ମାନେ ରତ୍ନସିଂହାସନ ରୁ ମା’ଲଷ୍ମୀ, ମା’ ସରସ୍ଵତୀ ଙ୍କୁ ଏବଂ ଶ୍ରୀମଦନମୋହନଙ୍କୁ ଦଖିଣି ଘରୁ ଘ.୧୦.୧୦ ରେ ମାଜଣା ମଣ୍ଡପଠାରେ ବିଜେ କରାଇଥିଲେ | ସୁଦୁସୁଆର ପର୍ବଯାତ୍ରା ଯୋଗାଣିଆଙ୍କ ଠାରୁ ମାଜଣା ଜିନିଷ ନେଇ ପୂଜାଠା କଲାପରେ, ମହାଜନେ ଠାକୁର ଠାକୁରାଣୀଙ୍କୁ ମାଜଣା କରି ଖଟ ଉପରେ ବସାଇଥିଲେ । ଏହାପରେ ପାଳିଆ ପୂଜାପଣ୍ଡା ସାମନ୍ତେ ପୂଜାରେ ବସିଥିଲେ, ପୂଜା ବଢ଼ିଲାପରେ କର୍ପୁର ଆଳତି ସହ ଅରୁଆ ଚାଉଳ ଓ ଅକ୍ଷତ ଦ୍ୱାରା ବନ୍ଦାପନା କରିଥିଲେ |ମଧ୍ୟାନ ଧୂପ ଛେକ ଘ.୧୨.୦୦ ଟାରେ ଆସିଲାପରେ, ମହାଜନେ ଦୁଇ ଠାକୁରାଣୀଙ୍କୁ ରତ୍ନସିଂହାସନ କୁ ଏବଂ ଶ୍ରୀମଦନମୋହନଙ୍କୁ ଦଖିଣି ଘରକୁ ଘ.୧୨.୦୫ ରେ ବିଜେ କରାଇଥିଲେ ଏବଂ ପାଳିଆପୁଷ୍ପାଳକ ମାନେ ଠାକୁରାଣୀଙ୍କୁ ଶ୍ରୀଅଙ୍ଗ ଲାଗି କରାଇଥିଲେ । ଏହାପରେ ମଧ୍ୟାନ ଧୂପ ଶେଷ ହେବାପରେ ପରବର୍ତ୍ତୀ ନୀତିମାନ ଅନୁଷ୍ଟିତ ହୋଇ ସନ୍ଧ୍ୟା ଆଳତି ପୂର୍ବରୁ ବେଶ ସମୟରେ ଗୁରୁବାର ଏକାନ୍ତ ନୀତି ପାଇଁ ଦୁଇଟି ମାଳ ମହାପ୍ରଭୁଙ୍କ ବାଡ଼ରେ ଲାଗି ହୋଇଥଲା | ସନ୍ଧ୍ୟାଧୂପ ଶେଷହୋଇ ପ୍ରସାଦ ବାହାରି ପାଣି ପଡିଲା ପରେ ମାହାଜନ ସେବକ ମାନେ ଶ୍ରୀମଦନ ମୋହନଙ୍କୁ ଦଖିଣି ଘରୁ ନେଇ ସିଂହାସନ୍ର ରେ ବିଜେ କରାଇଥିଲେ | ପୂଜାପଣ୍ଡା ସାମନ୍ତେ ଶ୍ରୀଜୀଉ ଙ୍କ ଠାରୁ ଆଜ୍ଞାମାଳ ଆଣି ତୁଳସୀ ମିଶା ମାଳକୁ ଶ୍ରୀମଦନମୋହଙ୍କୁ ଏବଂ ସାଧା ମାଳଟିକୁ ମା’ଲଷ୍ମୀ ସାନ୍ତାଣୀ ଙ୍କୁ ଲାଗି କଲାପରେ ଏକାନ୍ତ ନୀତି ପାଇଁ ଝୁଲଣ ମଣ୍ଡପ ଠାରେ ଥିବା ପାଲିଙ୍କିରେ ପଟୁଆର ସହ ବିଜେ ହୋଇଥିଲେ । ନିଶା ନୃସିଂହଙ୍କ ଠାରେ ଓଲାହି ମହାଜନେ ଠାକୁର, ଠାକୁରାଣୀଙ୍କୁ ସରସ୍ୱତୀ ମନ୍ଦିର ଭିତରେ ପଶି ଲଷ୍ମୀ ମନ୍ଦିର ଜଗମୋହନ ଠାରେ ଆଗରୁ ପ୍ରସ୍ତୁତ ହୋଇ ରହିଥିବା ପଲଙ୍କରେ ଠାକୁର,ଠାକୁରାଣୀଙ୍କୁ ବିଜେ କରାଇଲା ପରେ, ଭିତରଛୁ ପ୍ରସାଦଲାଗି କଲାପରେ, ପୂଜାପଣ୍ଡା ସାମନ୍ତେ ପୂଜାରେ ବସିଥିଲେ |ପୂଜା ଶେଷରେ ଭୋଗ,କର୍ପୁର ଓ ବଳିତା ଆଳତି ହୋଇ, ଅକ୍ଷତ ବନ୍ଦାପନା ପରେ ଠାକୁର,ଠାକୁରାଣୀ ପାଲିଙ୍କିରେ ବିଜେ ହୋଇ ଗାରଦ ଘର ପାର୍ଶ୍ୱ ସାତ ପାହାଚ ବାଟେ ଆସି ଜଗମୋହନରେ ଓଲାହିଥିଲେ | ସେଠାରୁ ମାହାଜନ ସେବକ ମାନେ ମା’ଲଷ୍ମୀ ଠାକୁରାଣୀଙ୍କୁ ସିଂହାସନକୁ ଏବଂ ଶ୍ରୀମଦନମୋହନ ଙ୍କୁ ଦଖିଣି ଘରକୁ ବିଜେ କରାଇଥିଲେ । ଏହାପରେ ମହାପ୍ରଭୁଙ୍କ ମଇଲମ, ଚନ୍ଦନଲାଗି,ବଡ଼ସିଂହାର ବେଶ, ବଡ଼ସିଂହାର ଭୋଗ ହୋଇ ଶ୍ରୀବିଗ୍ରହ ମାନଙ୍କ ଟୋପର ଲାଗି ପରେ ରାତ୍ର ପହୁଡ଼ ସମ୍ପର୍ଣ୍ଣ ହେବ |
Related Stories
November 22, 2024