ଭୁବନେଶ୍ୱର – ବିଜେପୁର ଉପନିର୍ବାଚନ ପାଇଁ ଶୁକ୍ରବାର ପ୍ରଚାର ଆରମ୍ଭ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ କେତେକ ପ୍ରଶ୍ନ ପଚାରିଛନ୍ତି । ଗତ ସାଧାରଣ ନିର୍ବାଚନରେ ବିଜେପୁରବାସୀ ମୁଖ୍ୟମନ୍ତ୍ରୀଙ୍କୁ ଭରସା କରି ଭୋଟ ଦେଇଥିଲେ । ‘ମୁଁ ବିଜେପୁରର ବିକାଶ କରିବି’ ବୋଲି ମୁଖ୍ୟମନ୍ତ୍ରୀ ନିର୍ବାଚନ ପ୍ରଚାରରେ କହିଥିଲେ କିନ୍ତୁ ବିଜେପୁରରେ ବିଜୟ ହାସଲ କରିବା ପରେ ମଧ୍ୟ ଏଠାରେ ବିକାଶ କୁଆଡେ ଗଲା ? ଲମ୍ବା ସମୟ ଧରି ଶାସନରେ ଥିବା ମୁଖ୍ୟମନ୍ତ୍ରୀ କାହିଁକି ହିଞ୍ଜିଳି ଆସନରୁ ନଓହରି ବିଜେପୁର ଆସନରୁ ଓହରିଗଲେ ? କାହଁକି ବିଜେପୁରବାସୀଙ୍କ ଭରସାକୁ ପ୍ରତାରଣା କଲେ ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଭରସା କରିବା ବିଜେପୁରବାସୀଙ୍କ ଭୁଲ ଥିଲା କି ? ବୋଲି ସେ ପ୍ରଶ୍ନ କରିଛନ୍ତି ।
ବିଜେପୁରରେ ଧାନର ଏମଏସପି ମୂଲ୍ୟ ଦେଢ ଗୁଣା ବୃଦ୍ଧି କରିବା ପରେ ମଧ୍ୟ ଏଠାରେ ଧାନର ମୂଲ୍ୟ କ୍ୱିଂଟାଲ୍ ପିଛା ୧୨୦୦ରେ ବିକ୍ରି ହେଉଛି । ଏଠାରେ ଚାଷୀଙ୍କ ପରିବର୍ତେ ମୁଖ୍ୟମନ୍ତ୍ରୀ ଓ ନେତାଙ୍କ ପାଖ ଲୋକ କାଳିଆ ଟଙ୍କା ପାଇଛନ୍ତି । ରାଜ୍ୟ ସରକାର ଏବେ ଏବେ ମୋ ସରକାର ଯୋଜନା ଆରମ୍ଭ କରିଥିଲା ବେଳେ ପୂର୍ବରୁ ତା ହେଲେ କାହା ସରକାର ଥିଲା? ପୂର୍ବରୁ ସରକାର ଦୁର୍ନୀତିଗ୍ରସ୍ତ ଲୋକଙ୍କର ନା ଚିଟଫଣ୍ଡ ଚୋର ମାନଙ୍କର ସରକାର ଥିଲା ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି । ରାଜ୍ୟ ସରକାରଙ୍କ ଯୋଜନାରେ ଯାଜପୁର ଜିଲ୍ଲାରେ ଏସପି ଡାକ୍ତରଖାନା ତଦାରଖ କରିବାକୁ ଯାଉଛନ୍ତି । ତେବେ ଡାକ୍ତରଖାନା ତଦାରଖ ପାଇଁ ଜିଲା୍ଲପାଳ କୁଆଡେ ଗଲେ ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି ।
ଅପରପକ୍ଷରେ ଧର୍ମେନ୍ଦ୍ର ଯେତେ ପ୍ର·ର କଲେ ବି କିଛି ଫରକ୍ ପଡ଼ିବନି । ପୁଣି ଥରେ ବିଜେଡ଼ି ବିଜେପୁରରେ ବିଜୟ ବାନା ଉଡ଼ାଇବ । ବିଜେଡ଼ି ୩୫ ହଜାର ଭୋଟ୍ ବ୍ୟବଧାନରେ ଜିତିବ ବୋଲି ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ।