କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ
ସରକାରୀ ବିଦ୍ୟାଳୟରେ ଅଧୟନରତ ଛାତ୍ର ଛାତ୍ରୀ ମାନଙ୍କୁ ଉଚ୍ଚତର ଶିକ୍ଷା ଯଥା -ଡାକ୍ତରୀ ଓ ଇଞ୍ଜିନୟରିଂ ପ୍ରବେଶିକା ପରୀକ୍ଷାରେ ସଂରକ୍ଷଣ ନିମନ୍ତେ ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତିକୁ ସ୍ୱାଗତ କରି ପୁରୀ ବଳଗଣ୍ଡି ହାଇସ୍କୁଲ ଠାରେ ବୁଧବାର ସନ୍ଧ୍ୟା ୬.୩୦ ମିନିଟ ସମୟରେ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି |ଏହି ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମିନତୀ ବେହେରା ପୌରହିତ୍ୟ କରିଥିଲେ ଏବଂ ସଭାରେ ବିଦ୍ୟାଳୟର ସମସ୍ତ ଶିକ୍ଷୟିତ୍ରୀ, କତେକ ଅଭିଭାବକ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ |ସରକାର ଙ୍କ ଏହି ପଦକ୍ଷେପ ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଉଜ୍ଜଳମୟ କରିବ ଓ ଅଭିଭାବକ ମାନଙ୍କ ଆଶା ପୂରଣ କରିପାରିବ |ଏହି ନିଷ୍ପତ୍ତିକୁ ସମସ୍ତେ ସ୍ୱାଗତ କରିବା ସହ ରାଜ୍ୟ ସରକାର ଙ୍କୁ କୃତଜ୍ଞତା ପ୍ରଦାନ କରାଯାଇଥିଲା |
Related Stories
November 24, 2024
November 24, 2024