କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ
ବରିଷ୍ଠ ଶିକ୍ଷକ ତଥା ଶିଶୁ ସାହିତ୍ୟିକ ରମେଶ ଚନ୍ଦ୍ର ଦାଶଙ୍କ ଶିଶୁ ଗଳ୍ପ ପୁସ୍ତକ “ଗପଭାର”ଲୋକାର୍ପିତ ହୋଇଛି । ଅଠରନଳା ଶିକ୍ଷାଶ୍ରୀ ଲେନ୍ ସ୍ଥିତ ଭଗବତୀ ବିଦ୍ୟା
ନିକେତନ ପରିସରରେ ଆୟୋଜିତ ଏକ ସାରସ୍ବତ ଉତ୍ସବରେ ଅତିଥିମାନଙ୍କ ଦ୍ଵାରା ଏହି ପୁସ୍ତକ ଉନ୍ମୋଚିତ ହୋଇଥିଲା । ଶିକ୍ଷାଶ୍ରୀ ଶିଶୁ ପାଠାଗାର ପକ୍ଷରୁ ଆୟୋଜିତ ଏହି ଲୋକାର୍ପଣ ଉତ୍ସବରେ ବିଶିଷ୍ଟ ସାହିତ୍ୟିକ ପ୍ରଭାତ ଚନ୍ଦ୍ର ରଥ ଅଧ୍ୟକ୍ଷତା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରଷ୍ଟ୍ରପତି
ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ କ୍ରୀଷ୍ଣା ମହାପାତ୍ର,ଶିକ୍ଷକ କାଶୀନାଥ ମହାପାତ୍ର,ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷୟିତ୍ରୀ ଦୁର୍ଗାବତୀ ପ୍ରଧାନ, ଅଭିନନ୍ଦନିକାର ସଂପାଦକ ଶ୍ୟାମ ପ୍ରକାଶ ସେନାପତି ପ୍ରମୂଖ ଅତିଥି ରୁପେ ଯୋଗଦାନ କରିଥିଲେ । ପ୍ରାରମ୍ଭରେ ଶ୍ରୀକ୍ଷେତ୍ର ଶିଶୁ ସାହିତ୍ୟ ସଂସଦ ସଂପାଦକ ମହେନ୍ଦ୍ର ବିଶୋଇ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଉତ୍ସବର ଆଭିମୁଖ୍ୟ ତଥା ଗଳ୍ପ ପୁସ୍ତକ ସଂପର୍କରେ ଅବତାରଣା କରିଥିଲେ ପୁସ୍ତକର ଲେଖକ କିଶୋର ବନ୍ଧୁ ରମେଶ ଚନ୍ଦ୍ର ଦାଶ ।
ଏହି ଉତ୍ସବରେ ଶିକ୍ଷକ ନେତା ବିଜୟ କୁମାର ପଲେଇ,ଶିକ୍ଷୟିତ୍ରୀ କବିତା ମିଶ୍ର,ସଂଗଠକ ଲକ୍ଷ୍ମୀଧର
ମାଝୀ ପ୍ରମୁଖ ଯୋଗଦାନ କରିଥିଲେ । ଅତିଥିମାନେ ଶିଶୁ ସାହିତ୍ୟର ବିଭିନ୍ନ ଦିଗ ଉପରେ ଆଲୋଚନା କରି ଶିଶୁଙ୍କ ମନଲାଖି ପୁସ୍ତକ ରଚନା ଏବଂ ତାର ବହୁଳ ପ୍ରସାର ଉପରେ
ଗୁରୁତ୍ବାରୋପ କରିଥିଲେ । ଉତ୍ସବ ପରିଚାଳନାରେ ରାଖେଲ ଦାଶ, ଶିବ ପ୍ରସାଦ ମିଶ୍ର,ରାକେଶ ଦାଶ,ଜଳନ୍ଧର ବିଶୋଇ ପ୍ରମୁଖ ସହଯୋଗ କରିଥିଲେ ।