
କୈଳାଶ ଚନ୍ଦ୍ର ପଣ୍ଡା, କଟକ,
ଆଜି ଦିନ ୧ଟା ସମୟରେ ଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ଭୁବନେଶ୍ୱର ରଙ୍ଗମାଠିଆ ଠାରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ରକ୍ତ ଦାନ ଶିବିରରେ ଯୋଗ ଦେଇ ରକ୍ତ ଦାତାଙ୍କୁ ଉତ୍ସାହିତ କରିଥିଲେ ଓ ଶିତବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ସଂଯୋଜକ ଡ଼ଃ ପ୍ରକାଶ କୁମାର ତ୍ରିପାଠୀ, ପୂର୍ବତନ କର୍ପୋରେଟର ସୂର୍ଯ୍ୟକାନ୍ତି ଜେନା ଓ ସଞ୍ଜୟ ସେଠି ପ୍ରମୁଖ ଉପସ୍ଥିତ ଥିଲେ |।