ଓଡିଶା ରାଜ୍ୟ ପର୍ଯ୍ୟଟନ ବିଭଗ ତରଫରୁ ଭଞ୍ଜନଗର ଶିଶୁ ଉଦ୍ୟାନ ଫାଟକ ନିକଟରେ ଏକ ସ୍ୱଚ୍ଛନ୍ଦ୍ୟ କେନ୍ଦ୍ର କୁ ମୁଖ୍ୟ ଅତିଥି ଜଙ୍ଗଲ, ପରିବେଶ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଆଜି ଅପରାହ୍ନରେ ଉଦଘାଟନ କରିଥିଲେ।ଏଥିରେ ସମ୍ମାନିତ ଅତିଥି ଭାବେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ,ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଅମୀୟ କୁମାର ସେଠୀ,ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଓ ବିଡ଼ିଓ ଅନୀଲ କୁମାର ସେଠୀ ମଞ୍ଚରେ ଉପସ୍ଥିତ ଥିଲେ।ଶୂଳପାଣି ଶତପଥୀ କାର୍ଯ୍ୟକ୍ରମ ରେ ସଂଯୋଜନା କରିଥିଲେ।୨କୋଟି ଟଙ୍କା ବ୍ୟୟ ରେ ନିର୍ମିତ ଏହି କେନ୍ଦ୍ରରେ ପର୍ଯ୍ୟଟକମାନଙ୍କ ପାଇଁ ରୋଷେଇ ଘର, ଭୋଜନ କକ୍ଷ, ସଭା ଗୃହ,୪ଟି ଶୟନ କକ୍ଷ ଓ ପୁରୁଷ, ମହିଳା ଏବଂ ଭିନ୍ନକ୍ଷମ ମାନଙ୍କ ପାଇଁ ଶୌଚାଳୟ ର ବ୍ୟବସ୍ଥା ରହିଛି।ପର୍ଯ୍ୟଟନ ବିଭଗ ର ଏହି କେନ୍ଦ୍ର ଯୋଗୁଁ ଭଞ୍ଜନଗର ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ର ଲୋକପ୍ରିୟତା ଆଶାତୀତ ଭାବେ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।
Related Stories
November 24, 2024
November 24, 2024