
ବାଙ୍କୀ ବ୍ଲକ ଅନ୍ତର୍ଗତ ବରପୁଟ ପଞ୍ଚାୟତ ପଥୁରୀପଡା ଗ୍ରାମର ମା ମହାବେରେଣୀଙ୍କ ପୀଠରେ ପଥୁରୀପଡା ଦୁଗ୍ଧ ସଂଗ୍ରହ କେନ୍ଦ୍ର (ଓମଫେଡ )ତରଫରୁ ବାର୍ଷିକ ଉତ୍ସବ ପାଳିତ |ଏହି ସଭାରେ ବାଙ୍କୀ ୟୁନିଟ ଇନଚାର୍ଜ ଶ୍ରୀଯୁକ୍ତ ଜଗନ୍ନାଥ ମହାନ୍ତି ଉପସ୍ଥିତ ରହି ଚାଷୀ ମାନଙ୍କୁ ଉତ୍ସାହିତ କରି କିଭଳି ଆଗକୁ ଏହି ଦୁଗ୍ଧ ଚାଷରୁ ସ୍ୱାବଲମ୍ବୀ ହୋଇପାରିବେ ସେଥିପାଇଁ ସେ ବୁଝାଇଥିଲେ |ଦୁଗ୍ଧ ଚାଷ ସ୍ୱାବଲମ୍ବୀ ହୋଇଥିବା କିଛି ଚାଷୀ ଙ୍କୁ ସଂମ୍ମାନିତ କରି ସେମାନେ କିଭଳି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିବା ପାଇଁ ସେ କହିଥିଲେ |ପଥୁରୀପଡା ଦୁଗ୍ଧ ସଂଗ୍ରହ କେନ୍ଦ୍ର (ଓମଫେଡ ) ର ପ୍ରତିଷ୍ଠାତା ବିଭୁତି ଭୂଷଣ ସାହୁ ସଂମ୍ମାନିତ ଚାଷୀ ମାନଙ୍କ ଉର୍ନ୍ନତି କୁ ପ୍ରଶଂସା କରିବା ସହିତ ଆଗକୁ ଚାଷୀ ମାନଙ୍କର ଉର୍ନ୍ନତି ପାଇଁ ବିଭିନ୍ନ ପଦକ୍ଷେପ ନେବାପାଇଁ ନିଷ୍ପତ୍ତି ନେଇଛନ୍ତି |