ବାଲେଶ୍ଵର ଠାରେ ଏକ ୟୁନାନି ଡିସପେନସେରି ଖୋଲିବା ମୁସଲିମ ୱେଲଫେୟାର ସୋସାଇଟି ପକ୍ଷରୁ ଦାବି କରାଯାଇଛି। ପୂର୍ବରୁ ଅନେକ ଥର ଜିଲ୍ଲାପାଳ, ସ୍ଥାନୀୟ ସାଂସଦ, ବିଧାୟକ ଏବଂ ଆୟୁସ୍ ଡାଇରେକ୍ଟରଙ୍କୁ ମଧ୍ୟ ଏ ମର୍ମରେ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏ ଦାବିକୁ ଜୋରଦାର କରିବା ପାଇଁ ସଂପ୍ରତି ଆଜି ବୁଧବାର ମୁସଲିମ ୱେଲଫେୟାର ସୋସାଇଟି ପକ୍ଷରୁ ସଂପାଦକ ସଲିମ ରାଜା, ଉପ ସଭାପତି ଅସଲମ ଖାନ୍ ଏବଂ ହାଜି ଜମାଲ ,ସେକ୍ ଅୟୁବ, ହାଜି ଗୋଲାମ, ମୁକ୍ତାର ଅହେମଦ, ରଜବ ଅଲୀ ପ୍ରମୁଖ ମିଳିତ ଭାବରେ ସ୍ଵର ଉଠାଇବା ସହ ବାଲେଶ୍ଵର ବିଧାୟକ ସ୍ଵରୂପ କୁମାର ଦାସଙ୍କୁ ଏକ ଦାବିପତ୍ର ଦେଇଛନ୍ତି। ଦାବୀପତ୍ର ଗ୍ରହଣ କରିବା ଅବସରରେ ବିଧାୟକ ଶ୍ରୀଦାସ ସୋସାଇଟି କର୍ମକର୍ତ୍ତା ଙ୍କ ସହିତ ୟୁନାନି ଡିସପେନସେରି ଖୋଲିବା ସମ୍ପର୍କରେ ଆଲୋଚନା କରିଥିଲେ।
ପ୍ରକାଶ ଥାଉ କି, ୧୯୮୬ ମସିହାରୁ ସ୍ଥାପିତ ମୁସଲିମ ଓ୍ଵେଲଫେୟାର୍ ସୋସାଇଟି ଏକ ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ଭାବେ ଲୋକଙ୍କ ସ୍ଵାସ୍ଥ୍ୟ ଏବଂ ଶିକ୍ଷା ଉପରେ କାମ କରି ଆସିଛି। ଏହା ବ୍ୟତୀତ ନାନାପ୍ରକାର ସାମାଜିକ କାର୍ଯ୍ୟ ସମେତ କମ୍ବଳ ବଣ୍ଟନ, ରକ୍ତଦାନ ଶିବିର ଆୟୋଜନ, ବନ୍ୟା କ୍ଷୟକ୍ଷତି ଲୋକଙ୍କୁ ସାହାଯ୍ୟ ଆଦି କାର୍ଯ୍ୟ ହାତକୁ ନେଇଛି।ବାଲେଶ୍ଵରରେ ଏକ ୟୁନାନି ଡିସପେନସେରିର ଆବଶ୍ୟକତା ରହିଥିବା ବେଳେ ଏହା ଖୋଲିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି ବିଧାୟକ ଶ୍ରୀ ଦାସ।
ଆୟୁସ ଡାଇରେକ୍ଟରେଟ୍ ମଧ୍ୟ ମୁସଲିମ ୱେଲଫେୟାର ସୋସାଇଟିର ଦାବିପତ୍ର ପାଇବା ପରେ ସଂଗଠନକୁ ଚିଠି ମାଧ୍ୟମରେ ସହମତି ପ୍ରଦାନ କରିଛନ୍ତି ବୋଲି ସଂପାଦକ ଶ୍ରୀ ରାଜା କହିଛନ୍ତି।