-
ସମୁଦାୟ ଆରୋଗ୍ୟ ମାମଲା ଅତିକ୍ରମ କଲା 98 ଲକ୍ଷ
187 ଦିନ ପରେ ଗତ 24 ଘଣ୍ଟା ମଧ୍ୟରେ 16,500 ରୁ କମ ଦୈନିକ ନୂତନ ମାମଲା (16,432) ଜାତୀୟ ସ୍ତରରେ ଯୋଡି ହୋଇଛି । ଜୁନ 25, 2020 ରେ ଦୈନିକ ନୂତନ ମାମଲା 16,922 ଥିଲା ।
ଭାରତର ସକ୍ରିୟ ମାମଲା ଆଜି 2,68,581 କୁ ହ୍ରାସ ପାଇଛି । ସମୁଦାୟ ପଜିଟିଭ ମାମଲା ମଧ୍ୟରେ ସକ୍ରିୟ ମାମଲାର ଅଂଶ ଅଧିକ ମାତ୍ରାରେ ସଂକୁଚିତ ହୋଇ ଆଜି ଏହା 2.63 ପ୍ରତିଶତରେ ପହଞ୍ଚିଛି ।
ଗତ 24 ଘଣ୍ଟା ମଧ୍ୟରେ ସମୁଦାୟ ସକ୍ରିୟ ମାମଲା ମଧ୍ୟରୁ 8,720 ମାମଲା ହ୍ରାସ ପାଇଥିବା ରେକର୍ଡ କରାଯାଇଛି ।
ବୃଦ୍ଧି ପାଉଥିବା ଆରୋଗ୍ୟ ମାମଲା ଏବଂ ହ୍ରାସ ପାଉଥିବା ଦୈନିକ ନୂତନ ମାମଲା ଫଳରେ ଭାରତରେ ସମୁଦାୟ ଆରୋଗ୍ୟ ଲାଭ କରିଥିବା ଲୋକଙ୍କ ସଂଖ୍ୟା ପାଖାପାଖି 1 କୋଟିରେ ପହଞ୍ଚିଛି । ମୋଟ ଆରୋଗ୍ୟ ମାମଲା ଆଜି 98 ଲକ୍ଷ (98,07,569) ଅତିକ୍ରମ କରିଛି ଯାହା ସୁସ୍ଥତା ହାର 95.92 ପ୍ରତିଶତରେ ଥିବା ସୂଚାଉଛି । ଆରୋଗ୍ୟ ଏବଂ ସକ୍ରିୟ ମାମଲା ମଧ୍ୟରେ ବ୍ୟବଧାନ ବୃଦ୍ଧି ପାଇବାରେ ଲାଗିଛି ଏବଂ ଏହା ବର୍ତ୍ତମାନ 95,38,988 ରହିଛି ।
ଗତ 24 ଘଣ୍ଟା ମଧ୍ୟରେ ମୋଟ 24,900 ଜଣ ଆରୋଗ୍ୟ ଲାଭ କରିଛନ୍ତି ।
ନୂତନ ଆରୋଗ୍ୟ ମାମଲାର 77.66 ପ୍ରତିଶତ 10 ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ହୋଇଥିବା ପରିଲକ୍ଷିତ ହୋଇଛି ।
ମହାରାଷ୍ଟ୍ରରୁ ସର୍ବାଧିକ 4,501 ଜଣ ସୁସ୍ଥ ହୋଇଥିବା ବେଳେ ଏହାରି ପଛକୁ ଦିନର ସର୍ବାଧିକ 4,172 ନୂତନ ସୁସ୍ଥତା ଲାଭ କରିଥିବା ମାମଲା କେରଳରେ ରହିଛି । ସେହିପରି ଛତିଶଗଡରୁ ଦୈନିକ 1,901 ଜଣ ସୁସ୍ଥ ହୋଇଥିବା ରେକର୍ଡ କରାଯାଇଛି ।
ନୂତନ ମାମଲାଗୁଡ଼ିକର 78.16 ପ୍ରତିଶତ 10 ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଥିବା ଜଣାଯାଇଛି ।
ଗତ 24 ଘଣ୍ଟା ମଧ୍ୟରେ କେରଳ ସର୍ବାଧିକ ଦୈନିକ ନୂତନ ମାମଲା 3,047 ଥିବା ରିପୋର୍ଟ ହୋଇଛି । ସେହିଭଳି ମହାରାଷ୍ଟ୍ରରୁ 2,498 ଟି ନୂତନ ମାମଲା ଚିହ୍ନଟ ହୋଇଥିବା ବେଳେ ଗତକାଲି ଛତିଶଗଡରୁ 1,188 ଟି ନୂତନ ମାମଲା ନଜରକୁ ଆସିଛି ।
ଗତ 24 ଘଣ୍ଟା ମଧ୍ୟରେ ରିପୋର୍ଟ ହୋଇଥିବା 252 ଟି ମୃତ୍ୟୁ ମାମଲା ମଧ୍ୟରେ ଦଶଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ରହିଛି ଯାହା 77.38 ପ୍ରତିଶତ ।
19.84% ନୂତନ ମୃତ୍ୟୁହାର ମହାରାଷ୍ଟ୍ରରୁ ଆସିଛି ଯେଉଁଥିରେ 50 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହା ପଛକୁ ପଶ୍ଚିମବଙ୍ଗ ଏବଂ ଛତିଶଗଡ ରହିଛି, ଯେଉଁଠାରୁ ଯଥାକ୍ରମେ 27 ଏବଂ 26 ଜଣଙ୍କର ମୃତ୍ୟୁ ହୋଇଛି ।