ଅନେକ ଓଡ଼ିଆ ଚଳଚ୍ଚିତ୍ରରେ ଶାନ୍ତନୁ ମହାପାତ୍ର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ‘ସୂର୍ଯ୍ୟମୁଖୀ’, ‘ଅରୁନ୍ଧତୀ’, ‘ଚିଲିକା ତୀରେ’, ‘ଡୋରା’ ଭଳି ଫିଲ୍ମର ସେ ସଙ୍ଗୀତ ନିର୍ଦ୍ଦେଶକ ଥିଲେ ।
ବିଭିନ୍ନ ଭାଷାରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ଶାନ୍ତନୁ ହେଉଛନ୍ତି ପ୍ରଥମ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ଯିଏକି ଓଡ଼ିଆ, ହିନ୍ଦୀ, ବଙ୍ଗାଳୀ, ଆସାମୀ, ତେଲୁଗୁ ଭାଷାରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ।
ଓଡ଼ିଆ ଚଳଚ୍ଚିତ୍ର ଓ ସଂଗୀତ ଜଗତର କିଂବଦନ୍ତୀ ପୁରୁଷ ଶାନ୍ତନୁ ମହାପାତ୍ର ଅନେକ ଲୋକପ୍ରିୟ ଗୀତ ଶ୍ରୋତାଙ୍କୁ ଭେଟି ଦେଇଛନ୍ତି । ସେ ପ୍ରଥମ ଓଡ଼ିଆ ସଂଗୀତ ନିର୍ଦେଶକ ଭାବେ ବଲିଉଡ୍ ଗାୟକ ମହମ୍ମଦ ରଫି ଓ ଲତା ମଙ୍ଗେସକରଙ୍କୁ ଓଡ଼ିଆ ଚଳଚ୍ଚିତ୍ରରେ କଣ୍ଠଦାନ କରାଇଥିଲେ ।
ସେ ଓଡ଼ିଆ ଭାଷା ବ୍ୟତୀତ ବଙ୍ଗାଳୀ ଏବଂ ହିନ୍ଦୀ ଭାଷାରେ ମଧ୍ୟ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତ ପାଇଁ ସେ ଜାତୀୟ ଏବଂ ରାଜ୍ୟସ୍ତରରେ ମଧ୍ୟ ପୁରସ୍କୃତ ହୋଇଥିଲେ ।