
ଭୁବନେଶ୍ୱର – ମୋ ସରକାର ଯୋଜନାର କାର୍ଯ୍ୟକାରୀତା ନେଇ ୫- ଟି ସଚିବ ଭି.କେ ପାଣ୍ଡିଆନ ଶୁକ୍ରବାର କନ୍ଧମାଳ ଜିଲ୍ଲା ଗସ୍ତ କରି ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି । ସେ ମେଡିକାଲରେ ବିଭିନ୍ନ ପରିସ୍ଥିତିର ସମୀକ୍ଷା କରିଥିଲେ । ତାଙ୍କ ସହ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ ଏନଏଚମ୍ ନିଦେ୍ର୍ଧଶିକା ଶାଳିନୀ ପଣ୍ଡିତ ମଧ୍ୟ କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପହଂଚି ସ୍ଥିତି ଅନୁଧ୍ୟାନ କରିଥିଲେ ।
ସେମାନେ ପ୍ରଥମେ ମାତୃ ଓ ଶିଶୁ ବିଭାଗ, ସର୍ଜରୀ ଓ ଜେନେରାଲ ୱାର୍ଡ ପରିଦର୍ଶନ କରିବା ପରେ ରୋଗୀ ,ସେମାନଙ୍କ ସମ୍ପର୍କୀୟ ଓ ଡାକ୍ତରଙ୍କ ସହ ଆଲୋଚନା କରିଥିଲେ । ରୋଗୀମାନେ କିଭଳି ମାଗଣା ମେଡିସିନ ପାଇପାରିବେ ସେ ଏହା ଉପରେ ଗୁରୁତ୍ୱ ଦେଇଥିଲେ । ମେଡିକାଲରେଥିବା ଡାକ୍ତର ଅଭାବ ଓ ବିଭିନ୍ନ ସମସ୍ୟାର ଅତିଶୀଘ୍ର ସମାଧାନ କରାଯିବ ବୋଲି ସେମାନେ ପ୍ରତିଶ୍ରୁତି ଦେଇଥିଲେ । କନ୍ଧମାଳରେ ମେଡିକାଲ କଲେଜ ପ୍ରତିÂା ପାଇଁ ସରକାର ଚିନ୍ତା କରୁଥିବା ସଚିବ ପାଣ୍ଡିଆନ୍ ସୂଚନା ଦେଇଛନ୍ତି ।