-
ବ୍ଲୁ ଫ୍ଲାଗ ସ୍ୱଚ୍ଛ ଉପକୂଳ ପରିବେଶର ସୂଚକ ଏବଂ ବେଳାଭୂମିର ସ୍ୱଚ୍ଛତା ଜନ ଆନ୍ଦୋଳନରେ ପରିଣତ ହେବା ଆବଶ୍ୟକ – ଶ୍ରୀ ପ୍ରକାଶ ଜାଭଡେକର
ରାଜ୍ୟ ଏବଂ କେନ୍ଦ୍ର ସରକାର ତଥା ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇ ଶ୍ରୀ ଜାଭଡେକର କହିଛନ୍ତି ଯେ, ସ୍ୱଚ୍ଛ ଓ ପରିଷ୍କାର ବେଳାଭୂମି ଉପକୂଳ ପରିବେଶର ସୂଚକାଙ୍କ ଓ ବ୍ଲୁ ଫ୍ଲାଗ ପ୍ରଦାନ ଆମ ଦେଶର ପରିବେଶ ସଂରକ୍ଷଣ ଓ ନିରନ୍ତର ବିକାଶ ଉଦ୍ୟମର ଏକ ବୈଶ୍ଵିକ ସ୍ଵିକୃତୀ ।
ମନ୍ତ୍ରୀ ଆହୁରି କହିଛନ୍ତି ଯେ, ଆଗାମୀ ତିନିରୁ ଚାରି ବର୍ଷ ମଧ୍ୟରେ ଦେଶର ଆହୁରି ଶହେ ବେଳାଭୂମି ବ୍ଲୁ ଫ୍ଲାଗ ସମ୍ମାନ ପାଇବ ଓ ବେଳାଭୂମି ସଫାସୁତୁରା ରଖିବା ଏକ ଜନ ଆନ୍ଦୋଳନର ରୂପ ନେବା ଆବଶ୍ୟକ । କେବଳ ଆଧ୍ୟାତ୍ମିକ ଓ ପର୍ଯ୍ୟଟନ କାରଣ ଯୋଗୁଁ ନୁହେଁ ବରଂ ଏହା ସାମୁଦ୍ରିକ ଆବର୍ଜନାର ସମ୍ଭାବନାକୁ ଦୂର କରି ଉପକୂଳ ପରିବେଶକୁ ସ୍ଵଚ୍ଛ ରଖିବା ପାଇଁ ଉଦ୍ଦିଷ୍ଟ ବୋଲି ସେ କହିଛନ୍ତି ।
ଯେଉଁ ବେଳାଭୂମିଗୁଡ଼ିକର ଆନ୍ତର୍ଜାତିକ ବ୍ଲୁ ଫ୍ଲାଗ ଅନାବରଣ କରାଯାଇଛି ସେଗୁଡିକ ହେଲା କାପାଡ (କେରଳ), ଶିବରାଜପୁର (ଗୁଜରାଟ), ଘୋଘଲା (ଡିଉ), କାସରକଡ ଏବଂ ପାଡୁବିତ୍ରୀ (କର୍ଣ୍ଣାଟକ), ରୁଷିକୋଣ୍ଡା (ଆନ୍ଧ୍ରପ୍ରଦେଶ), ଗୋଲଡେନ ବିଚ (ଓଡିଶା) ଏବଂ ରାଧାନଗର (ଆଣ୍ଡାମାନ ଓ ନିକୋବର ଦୀପପୁଞ୍ଜ) । ଏହି ବେଳାଭୂମିଗୁଡିକର ରାଜ୍ୟମନ୍ତ୍ରୀ ଓ ଅଧିକାରୀମାନେ ପତାକା ଉତ୍ତୋଳନ କରିଛନ୍ତି ।