ଶ୍ରୀ ମୋଦୀ କହିଛନ୍ତି ଯେ, ସରକାର ଇଲେକ୍ଟ୍ରିକ ମୋବିଲିଟିକୁ ପ୍ରୋତ୍ସାହନ ଦେଉଛନ୍ତି । ରାଜଧାନୀର ପୁରାତନ ଭିତ୍ତିଭୂମି ଆଧୁନିକ ପ୍ରଯୁକ୍ତିଜ୍ଞାନ ବଳରେ ପରିବର୍ତ୍ତିତ ହୋଇଛି । ପୁରୁଣା ସରକାରୀ କୋଠାବାଡିଗୁଡିକୁ ପରିବେଶ ଅନୁକୂଳ କରିବା ସହ ବସ୍ତିବାସିନ୍ଦାଙ୍କୁ ଶହ ଶହ କଲୋନୀଗୁଡ଼ିକୁ ନିୟମିତ କରି ସେମାନଙ୍କୁ ଉନ୍ନତ ଜୀବନ ବଞ୍ଚିବାର ସୁଯୋଗ ଦେବା ଚିନ୍ତାଧାରାକୁ କାର୍ଯ୍ୟକାରୀ କରାଯାଇଛି ।
ଦିଲ୍ଲୀ ଏକ ପୁରାତନ ପର୍ଯ୍ୟଟନସ୍ଥଳୀ ହୋଇଥିବା ବେଳେ ଏକବିଂଶ ଶତାବ୍ଦୀରେ ଏହାକୁ ବିକଶିତ କରି ଅଧିକ ଆକର୍ଷଣ କରିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ଵାରୋପ କରିଛନ୍ତି । ଦିଲ୍ଲୀ ଆନ୍ତର୍ଜାତିକ ସମ୍ମିଳନୀ, ପ୍ରଦର୍ଶନୀ ଏବଂ ବ୍ୟବସାୟ ପର୍ଯ୍ୟଟନର ଆକର୍ଷଣ ହୋଇଥିବା ପରିପ୍ରେକ୍ଷୀରେ ଦେଶର ଏଭଳି ବୃହତ କେନ୍ଦ୍ର ରାଜଧାନୀର ଦ୍ଵାରକା ଅଞ୍ଚଳରେ ପ୍ରତିଷ୍ଠା କରାଯାଉଛି । ବିଶାଳ ଭାରତ ବନ୍ଧନ ଉଦ୍ୟାନ ସହ ନୂତନ ସଂସଦ ଭବନ ପାଇଁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଏହା ହଜାର ହଜାର ଦିଲ୍ଲୀବାସୀଙ୍କୁ ରୋଜଗାର ସୁଯୋଗ ଦେବା ସହ ଦିଲ୍ଲୀର କଳେବର ବୃଦ୍ଧିରେ ମଧ୍ୟ ସହାୟକ ହେବ ।
ଦିଲ୍ଲୀର ନାଗରିକମାନଙ୍କୁ ପ୍ରଥମ ନ୍ୟାସନାଲ ମେଟ୍ରୋ ସେବା ତଥା ଦିଲ୍ଲୀ ମେଟ୍ରୋର ଏୟାର ପୋର୍ଟ ଏକ୍ସପ୍ରେସ ଲାଇନକୁ ନ୍ୟାସନାଲ କମନ ମୋବିଲିଟି ବା ଜାତୀୟ ସାଧାରଣ ଭ୍ରମଣ କାର୍ଡ ସମ୍ପ୍ରସାରଣର ଶୁଭାରମ୍ଭ ପାଇଁ ଅଭିନନ୍ଦନ ଜଣାଇଛନ୍ତି । ଏଥିସହ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, 130 କୋଟି ଦେଶବାସୀଙ୍କ ପାଇଁ ଦିଲ୍ଲୀ ହେଉଛି ବୃହତ ଆର୍ଥିକ ଓ କ୍ଷମତାର କେନ୍ଦ୍ର । ଏହାର ମହତ୍ଵ ସୁସ୍ପଷ୍ଟ ହେବା ଉଚିତ ବୋଲି ସେ କହିଛନ୍ତି ।