

Related Stories
April 21, 2025
ମାଲକାନଗିରି-ମାଲକାନ ଗିରି ଜିଲ୍ଲା ପଡିଆ ବ୍ଳକ ର ବିଭିନ୍ନ ସ୍ଥାନରେ ବେଆଇନ ଭାବେ ଇଟା ଭାଟି କରାଯାଉଥିବା ନେଇ ବିଭିନ୍ନ ସମୟରେ ଅଭିଯୋଗ ହେବାପରେ ରାଜସ୍ୱ ବିଭାଗ ପକ୍ଷରୁ ଚଢାଉ କରାଯାଇ ବିଭିନ୍ନ ସ୍ଥାନରୁ ଫାଇନ ଆଦାୟ କରାଯାଉଥିବା ଦେଖିବାକୁ ମିଳୁଛି। ଏହି ପରିପେକ୍ଷିରେ ଆଜି ମୋଟୁ ତହସିଲଦାର ଶଶାଙ୍କ ମିଶ୍ର ଙ୍କ ନିର୍ଦ୍ଦେଶକ୍ରମେ ପଡିଆ ରାଜସ୍ୱ ନିରୀକ୍ଷକ ଚିନ୍ମୟ ମହାପାତ୍ର, ସହାୟକ ନିରୀକ୍ଷକ ତ୍ରିନାଥ ପ୍ରଧାନ ଏକାଧିକ ସ୍ଥାନରେ ଚଢାଉ କରି ପ୍ରାୟ ୨୫ ହଜାର ଟଙ୍କା ଜୋରିମାନା ଆଦାୟ କରିଥିବା ଜଣାପଡିଛି। ଆଜି ସକାଳେ ପଡିଆ ବଜାର ଦେଇ ସିଜି ୧୮ ଏନ୍ ୬୮୯୯ ନମ୍ଵର୍ ଟ୍ରାକ୍ଟର ୧୫ ଶହ ଇଟା ନେଇ ପଡୋଶୀ ଛତ୍ତିଶଗଡ଼ କୁ ଯାଉଥିବା ବେଳେ ରାଜସ୍ୱ ବିଭାଗ ପକ୍ଷରୁ ଅଟକା ଯାଇଥିଲା। ପଡୋଶୀ ରାଜ୍ୟକୁ ଚାଲା ଣ ହେଉଥିବା ଜଣାପଡିବା ପରେ ରାଜସ୍ୱ ଅଧିକାରୀ ଉକ୍ତ ଟ୍ରାକ୍ଟର କୁ ପଡିଆ ଥାନାକୁ ଆଣି ଅଟକ ରଖିଥିଲେ। ରାଜସ୍ୱ ବାବଦକୁ ୧୦ ହଜାର ଟଙ୍କା ଆଦାୟ କରାଯାଇଥିବା ବେଳେ ବାପ଼ନପଲ୍ଲୀ ପଞ୍ଚାୟତ ରୁ ଏକ ଇଟା ଭାଟି କୁ ଚଢାଉ କରାଯାଇ ୧୫ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ବିଭିନ୍ନ ସମୟରେ ପଡିଆ ଅଞ୍ଚଳରୁ ପଡୋଶୀ ରାଜ୍ୟକୁ ବେଆଇନ ଭାବେ ଇଟା ଓ ବାଲି ଚାଲା ଣ ହେଇଥିବା ବେଳେ ରାଜସ୍ୱ ବିଭାଗର ଏଭଳି ଚଢାଉ ଚାଲା ଣକାରୀଙ୍କ ମନରେ ଭୟ ସ୍ରୁଷ୍ଟି କରିବ ବୋଲି କୁହାଯାଉଛି।