
ଶ୍ରୀରାମ ସୁନ୍ଦରକାଣ୍ଡ ଚାରିଟେବୁଲ ଟ୍ରଷ୍ଟ ଦ୍ୱାରା ପରିଚାଳିତ ବ୍ରହ୍ମଗିରି ବ୍ଲକ ଆଳିପଡ଼ା ସ୍ଥିତ ଗୋବିନ୍ଦ ଗୋଧାମ ଗୋଶାଳା ପରିଦର୍ଶନ ରେ ଆସିଥିବା ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ ପୁରୀ ସହରରେ ବିଚରଣ କରୁଥିବା ଅସହାୟ ୨୦୦ ଗୋମାତା ଙ୍କ ଥଇଥାନ ନିମନ୍ତେ ଗୋଶାଳା ପ୍ରତିଷ୍ଠାତାଙ୍କୁ ପ୍ରସ୍ତାବ ଦେଇଥିଲେ |ପ୍ରସ୍ତାବ ଅନୁସାରେ ପ୍ରଶାସନ ତରଫରୁ ଆଜି ନଗର ପାଳିକା କର୍ମଚାରୀ ଙ୍କ ସହାୟତାରେ ତୃତୀୟ ପର୍ଯ୍ୟାୟରେ ୧୨ ଗୋମାତାଙ୍କୁ ନେଇ ଆଳିପଡ଼ା ସ୍ଥିତ ଗୋଶାଳା ରେ ପହଞ୍ଚି ଗୋଶାଳା ପ୍ରତିଷ୍ଠାତା ଓ ସମ୍ପାଦକ ପଣ୍ଡିତ ବିଷ୍ଣୁଚରଣ ପଣ୍ଡାଜୀ ମହାରାଜ ଙ୍କୁ ହସ୍ତାନ୍ତର କରିଛନ୍ତି |ଜିଲ୍ଲାପାଳ ଙ୍କ ପରିଦର୍ଶନ ପରେ ତୃତୀୟ ପର୍ଯ୍ୟାୟ ଜିଲ୍ଲା ପ୍ରଶାସନ ଦ୍ୱାରା ଗୋଶାଳା କୁ ପଠାଯାଇଥିବା ଗୋମାତା ମାନଙ୍କୁ ମିଶାଇ ୧୦୧ ରେ ପହଞ୍ଚିଛି | ଗୋଶାଳା ମହାରାଜ ଗୋମାତା ମାନଙ୍କୁ ସ୍ୱାଗତ ପୂର୍ବକ ଗ୍ରହଣ କରି ନିଜର ସୌଭାଗ୍ୟ ବୋଲି ନିଜର ମତ ବ୍ୟକ୍ତ କରିଛନ୍ତି | ଜିଲ୍ଲାପାଳ ଙ୍କ ଏଭଳି କାର୍ଯ୍ୟକୁ ସେ ପ୍ରସଂଶା କରିଛନ୍ତି |ଆଗାମୀ ଦିନରେ ଜିଲ୍ଲା ପ୍ରଶାସନ ତରଫରୁ ପର୍ଯ୍ୟାୟ କ୍ରମେ ଆହୁରି ୯୯ଟି ଗୋମାତାଙ୍କୁ ଗୋଶାଳାରେ ଥଇଥାନ କରାଯିବ|ଗୋଶାଳାରେ ପୂର୍ବରୁଥିବା ଗୋମାତାଙ୍କ ସହିତ ନୂତନ ୧୨ ଗୋମାତାଙ୍କୁ ମିଶାଇ ଆଗକୁ ଥିବା ରାଷ୍ଟ୍ରୀୟ ରାମାୟଣ ମହୋତ୍ସବ ଅବସରରେ ଗୋମାତା ପୂଜନ ଗୋଶାଳା ପରିସରରେ କରାଯିବା ପାଇଁ ସ୍ଥିର କରାଯାଇଛି |କରୋନା କଟକଣା ନିୟମକୁ ପାଳନ ପୂର୍ବକ ନୀଡାମ୍ବର ସହକାରେ ପାଳନ କରାଯିବ ବୋଲି ଗୋଶାଳା ପ୍ରତିଷ୍ଠାତା ଓ ସମ୍ପାଦକ ପଣ୍ଡିତ ବିଷ୍ଣୁଚରଣ ପଣ୍ଡାଜୀ ମହାରାଜ କହିଛନ୍ତି |