ବହୁମୂଖୀ ମାଲବାହୀ ଟ୍ରେନ ସେବାରେ ଫୁଲକୋବି, କ୍ୟାପ୍ସିକମ, କୋବି, ସଜନା, ଲଙ୍କା, ପିଆଜ ଇତ୍ୟାଦି ପରିବା ସହିତ ଅଙ୍ଗୁର, କମଳା, ଡାଳିମ୍ବ, ବନ୍ଧାକୋବି, କଷ୍ଟାର୍ଡ ଆପଲ ଇତ୍ୟାଦି ଫଳ ପରିବହନ ହେବ । ସମସ୍ତ ଷ୍ଟପେଜ ଷ୍ଟେସନରେ ନଷ୍ଟ ହୋଇଯାଉଥିବା ଦ୍ରବ୍ୟର ଲୋଡିଂ ଏବଂ ଅନଲୋଡିଂ ପାଇଁ ଅନୁମତି ଦିଆଯିବ । ସାମଗ୍ରୀର ଆକାରରେ କୌଣସି ପ୍ରତିବନ୍ଧକ ରହିବ ନାହିଁ । ଫଳ ଓ ପନିପରିବା ପରିବହନରେ ଭାରତ ସରକାର ସବସିଡି ୫୦ ପ୍ରତିଶତକୁ ବୃଦ୍ଧି କରିଛନ୍ତି ।
ପ୍ରଥମ କିଷାନ ରେଳ ୭ ଅଗଷ୍ଟ, ୨୦୨୦ରେ ଦେବଲାଲୀରୁ ଦାନାପୁର ପର୍ଯ୍ୟନ୍ତ ଚଳାଚଳ କରିବା ପାଇଁ ସ୍ଥିର ହୋଇଥିଲା, ଯାହାକି ମୁଜାଫରପୁର ପର୍ଯ୍ୟନ୍ତ ପୁଣି ବୃଦ୍ଧି କରାଯାଇଥିଲା । କୃଷକଙ୍କ ସକାରାତ୍ମକ ପ୍ରତିକ୍ରିୟା ଫଳରେ ଏହାର ଚଳାଚଳକୁ ମଧ୍ୟ ସପ୍ତାହରେ ଗୋଟିଏ ଦିନରୁ ତିନି ଦିନକୁ ବୃଦ୍ଧି କରାଯାଇଥିଲା ।
ସମଗ୍ର ଦେଶରେ କୃଷିଜାତ ଦ୍ରବ୍ୟର ଦ୍ରୁତ ପରିବହନକୁ ସୁନିଶ୍ଚିତ କରିବାରେ କିଷାନ ରେଳ ଏକ ପଟପରିବର୍ତନକାରୀ ପଦକ୍ଷେପ । ଏହା ନଷ୍ଟ ହୋଇଯାଉଥିବା ଉତ୍ପାଦଗୁଡିକର ବାଧା ରହିତ ଯୋଗାଣରେ ସହାୟକ ହେଉଛି ।