ମୁୁମ୍ବାଇ – ଭାରତୀୟ ଜନତା ପାର୍ଟୀର ରାଷ୍ଟ୍ରୀୟ ସଭାପତି ତଥା ଗୃହ ମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ । କାଶ୍ମୀର ସମ୍ପୂର୍ଣ ରୂପେ ଭାରତ ସହ ଯୋଡି ହେଉ ତାହା ଦେଶବାସୀ ଚାହୁଁଥିବା ବେଳେ କେବଳ କଂଗ୍ରେସ ଓ ଏନସିପି ଏହାର ବିରୋଧ କରୁଛନ୍ତି । ଶୁକ୍ରବାର ବୁଲଢାଣା ଠାରେ ଏକ ନିର୍ବାଚନୀ ସଭାରେ ଯୋଗ ଦେଇ ଶ୍ରୀ ଶାହ ଏହା କହିଛନ୍ତି ।
ସେ କହିଛନ୍ତି ଯେ କଂଗ୍ରେସ ଓ ଏନସିପି କେବଳ ନିଜ ପରିବାରର ବିକାଶ କଥା ହିଁ ଚିନ୍ତା କରି ଆସିଛନ୍ତିା ବିଦର୍ଭ ବିକାଶ ପାଇଁ ଛଟପଟ ହେଉଥିଲା କିନ୍ତୁ କଂଗ୍ରେସ ଓ ଏନସିପି ବିଦର୍ଭର ବିକାଶ କରି ନ ଥିଲେ । ବିଜେପି ସରକାର ଆସିବା ପରେ ବିଦର୍ଭର ବିକାଶ ଉପରେ ଅଧିକ ଗୁରୁତ୍ୱ ଦିଆ ଯାଇଥିଲା । ବିଦର୍ଭକୁ ବିକାଶ ପଥରେ ଅଗ୍ରସର କରାଇଥିବା ବିଜେପି ମେଂଟର ପ୍ରାର୍ଥୀ ମାନଙ୍କୁ ଭୋଟ ଦେବା ପାଇଁ ଶ୍ରୀ ଶାହ ଅପିଲ କରିଛନ୍ତି ।
ଶ୍ରୀ ଶାହ କହିଛନ୍ତି ଯେ କଂଗ୍ରେସ ଓ ଏନସିପିର ନେତା ମାନେ ପ୍ରଶ୍ନ ଉଠାଉଛନ୍ତି ଯେ ମହାରାଷ୍ଟ୍ରର ନିର୍ବାଚନରେ ଧାରା ୩୭୦ କଥା କାହିଁକି ଉଠୁଛି । ମହାରାଷ୍ଟ୍ର ନୁହେଁ ସମଗ୍ର ଦେଶର ଲୋକ ମାନେ ଚାହୁଁଥିଲେ ଧାରା ୩୭୦ ହଟୁ । କିନ୍ତୁ କଂଗ୍ରେସ ଓ ଏନସିପି ନେତା ମାନେ ଚାହୁଁ ନ ଥିଲେ ।
ସେ କହିଛନ୍ତି ଯେ କଂଗ୍ରେସ ନେତା ସଂସଦରେ କହିଥିଲେ ଯେ ଧାରା ୩୭୦ ହଟିବା ପରେ କାଶ୍ମୀରରେ ରକ୍ତର ନଦୀ ବୋହିବ । କିନ୍ତୁ ଗୋଟିଏ ହେଲେ ଗୁଳି ଚାଲି ନାହିଁ ।
ବିଶ୍ୱର ଅନେକ ଦେଶ ନିଜ ନିଜ ରାଗ ଆଳାପ କରିବାରେ ବ୍ୟସ୍ତ ଅଛନ୍ତି । ପ୍ରଧାନମନ୍ତ୍ରୀ ଜୋର ଦେଇ କହିଛନ୍ତି ଯେ ଏହା ଭାରତର ଆଭ୍ୟନ୍ତରୀଣ ମାମଲା ।