
ଭୁବନେଶ୍ୱର– ଗୀତିକାର ଗୁଲଜାରଙ୍କ ନୂତନ ପୁସ୍ତକରେ ବିଶିଷ୍ଟ ଓଡିଆ କବି ଶ୍ରୀ ହଳଧର ନାଗଙ୍କ କବିତା ସ୍ଥାନ ପାଇଥିବାରୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ ଓଡିଶା ପାଇଁ ଶ୍ରୀ ହଳଧର ନାଗଙ୍କ ଅବଦାନ ବର୍ତମାନ ବିଶ୍ୱ ସାହିତ୍ୟରେ ସ୍ୱତନ୍ତ୍ର ସ୍ଥାନ ନେବ ।