
ଭଞ୍ଜନଗର – ଭଞ୍ଜନଗର ନିକଟ କଣ୍ଟେଇ ପଲ୍ଲୀ ଛକରେ ମାଆ ଉଖୁଡେଇ ବଣିକ ସଂଘ ତରଫରୁ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ବେଶ ଆନନ୍ଦ ଉଲ୍ଲାସ ରେ ଦୁର୍ଗା ପୂଜା ପାଳନ କରାଯାଉଛି l ଏହି ଅବସରରେ ଗୁରୁବାର ରାତିରେ ନାଟ୍ୟକାର ସୁରେନ୍ଦ୍ର ଜେନା ଙ୍କ ରଚିତ “ଦଇବ ସାଧିଲା ଦାଉ ବା ପଥର ନୁହେଁ ମୁଁ ମଣିଷ “ନାଟକ କୁ ଶିଶିର କାନ୍ତ ଦାଶଙ୍କ ନିର୍ଦ୍ଦେଶନା ରେ ସ୍ଥାନୀୟ କଳାକାର ମାନେ ଅଭିନୟ କରିଥିଲେ l ଏଥିରେ ମୁଖ୍ୟ ଅତିଥି ଭାବେ ଆସିକା ସାଂସଦ ପ୍ରମିଳା ବିଷୋୟୀ, ବେଲଗୁଣ୍ଠା ବ୍ଲକ ବିଜେଡି ନେତା ପ୍ରଶାନ୍ତ ନାୟକ, ପୂର୍ବତନ ରେଞ୍ଜର ଅନୁପମ ବାନାର୍ଜୀ, ସଦଗୁରୁ ବିଞ୍ଚଣା ର ହରିଓଁ ବାବା, ବଡ଼ପଡା ସରପଞ୍ଚ ପ୍ରତିନିଧି ଟୁନା ସାହୁ ପ୍ରମୁଖ ମଞ୍ଚାସିନଥିଲେ l
ନାଟକ ର ଲେଖକ, ନିର୍ଦ୍ଦେଶକ, ମଞ୍ଚ ଅଭିନେତା ଜୟ କୃଷ୍ଣ ପଟ୍ଟନାୟକ, ନାଟ୍ୟକାର ପ୍ରଫୁଲ୍ଲ ବେହେରା, ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ ସମ୍ପାଦକ ସୁବାଷ ଚନ୍ଦ୍ର ସାହୁ, ସ୍ଥାନୀୟ ସମାଜସେବୀ ଶରତ କୁମାର ସ୍ୱାଇଁ ଓ ସାମ୍ବାଦିକ ରତ୍ନାକର ସାହୁ ଙ୍କୁ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା l ଏହି ନାଟକ କୁ ଦେଖିବାକୁ ପ୍ରବଳ ଭିଡ଼ ଜମିଥିଲା l