ବାଲେଶ୍ୱର– ବାଲେଶ୍ୱର ସଦର ଥାନା ଅନ୍ତର୍ଗତ ଖାନନଗର ଅଂଚଳରେ ଗୁଳି କରି ୩.୨ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ । ବାଇକ୍ ରେ ଟଙ୍କା ନେଇ ବ୍ୟାଙ୍କକୁ ଡ଼ିପୋଜିଟ୍ କରିବା ପାଇଁ ଗଲାବେଳେ ଗୁଳି କରି ଟଙ୍କା ଲୁଟି ନେଇଛନ୍ତି ଲୁଟେରା । ଦୁର୍ବୃତ ମାନେ ଘଟଣାସ୍ଥଳରେ ଦୁଇ ରାଉଣ୍ଡ ଗୁଳି ଚଳାଇଥିବା ବେଳେ ତନ୍ମଧ୍ୟରୁ ଗୋଟିଏ ଗୁଳି ବାଇକ୍ ଆରୋହୀଙ୍କ ପାଦରେ ବାଜିଥିଲା । ଫଳରେ ସେ ବାଇକ୍ ରୁ ଟଳି ପଡିଥିଲେ । ୩.୨ ଲକ୍ଷ ଟଙ୍କା ଲୁଟି ନେଇ ଘଟଣାସ୍ଥଳରୁ ଆଖି ପିଛୁଳାକେ ଚମ୍ପଟ୍ ମାରିଥିଲେ ଦୁଇ ଲୁଟେରା । ବାଲେଶ୍ୱର ସଦର ଥାନା ପୋଲିସ ଏନେଇ ଛାନଭିନ୍ ଜାରୀ ରଖିଛି ।
ବନ୍ଧୁକ ମୁନରେ ୬ ଲକ୍ଷ ଲୁଟ୍
ଗଞ୍ଜାମ– ଦିନ ଦ୍ୱିପ୍ରହରରେ ବନ୍ଧୁକ ମୁନରେ ଲୁଟ୍ ହୋଇଛି । ଆଜି ମଧ୍ୟାହ୍ନ ସମୟରେ ଖଲ୍ଲିକୋଟ ଥାନା ଅନ୍ତର୍ଗତ ଭେଜିପୁଟ ମୁକ୍ତେଶ୍ୱର ମନ୍ଦିର ନିକଟରୁ ୬ ଲକ୍ଷ ଟଙ୍କା ଲୁଟ୍ ହୋଇଛି । କାର୍ ରେ ଟଙ୍କା ନେଇ ବ୍ୟାଙ୍କକୁ ଡିପୋଜିଟ୍ ପାଇଁ ଯାଉଥିବା ବେଳେ ଏହି ଲୁଟ୍ ହୋଇଛି । କାର୍ ର ପିଛା କରି ବାଇକ୍ ରେ ଆସିଥିବା ତିନି ଦୁର୍ବୃତ ବନ୍ଧୁକ ଦେଖାଇ ଭୟଭିତ କରି ଏହି ଟଙ୍କା ଲୁଟି ନେଇଛନ୍ତି । ଖଲ୍ଲିକୋଟ ପୋଲିସ ପକ୍ଷରୁ ଏନେଇ ତଦନ୍ତ ଜାରୀ ରହିଛି ।